ମାଲକାନଗିରି – ସଭିଏଁ ପଢିବେ ପଢିବେ ସଭିଏଁ ବଢ଼ିବେ । ସରକାରଙ୍କ ଏ ହେଉଛି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଏକ ନିଆରା ନାରା। ହେଲେ ବାସ୍ତବରେ ଏହା ପ୍ରତିଫଳିତ ହେଉଛି କି ନାହିଁ ତାହା ଦେଖିବାକୁ ଭୁଲିଗଲେ ସରକାର ଓ ପ୍ରଶାସନ। ଆମେ ଆପଣକୁ ଅାଜି ଏକ ଏଭଳି ଦୃଶ୍ୟ ଦେଖାଇବୁ ଯାହା ଦେଖିବା ପରେ ଜିଲ୍ଲାର ଅଗମ୍ୟ ଅପହଂଚ ଇଲାକାରେ କେମିତି ଚାଲିଛି ଶିକ୍ଷା ବ୍ୟବସ୍ଥା ତାହା ଅାପଣ ସହଜରେ ଜାଣିପାରିବେ ।
କେବଳ ଛାତ୍ରୀ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାର ସୁବିଧା ଥିବାରୁ ଏଠାରେ ରହି ପାଠ ପଢୁଥିବା ଛାତ୍ରୀ ମାନେ ଅଷ୍ଟମ ଶ୍ରେଣୀ ପାସ୍ କରିବା ପରେ ଏଠାରୁ ୩ କିମି ଦୂର ମୁଣ୍ଡାଗୁଡା ଅପଗ୍ରେଡ଼ଡ଼ ସ୍କୁଲରେ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି । ଛାତ୍ରୀ ମାନେ ନିୟମିତ ଭାବେ ଚାଲି ଚାଲି ୩ କିମି ସ୍କୁଲକୁ ଯାଉଛନ୍ତି । ଏପଟେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ରମେଶ ଚନ୍ଦ୍ର ସେଠି କହିଛନ୍ତି ଯେ, ଏହି ଝିଅ ମାନଙ୍କୁ ସାଇକେଲ ଯୋଗାଇ ଦିଆଯିବ ଏବଂ ଆଗାମୀ ବର୍ଷରେ ସେହି କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ପାଠ ପଢା ଆରମ୍ଭ ହେଇଯିବ। ତେବେ ଏଠି ପ୍ରଶ୍ନ ଉଠୁଛି ଏଠି ଭୁଲ୍ କାହାର? ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ନା ଜିଲ୍ଲାପ୍ରଶାସନର ଅବହେଳା ନା ସ୍କୁଲ କର୍ତ୍ତୃପକ୍ଷଙ୍କ ଅଣଦେଖା ମନୋଭାବ । ଏପରି ସ୍ଥଳେ ଆଗକୁ ଆସି ଏମାନଙ୍କୁ ଥଇଥାନ କରିବ କି ଜିଲ୍ଲା ଶିକ୍ଷା ବିଭାଗ । ସ୍କୁଲ କତ୍ତୃପକ୍ଷଙ୍କ ବିରୋଧ ରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର କି ? ଏପରି ଅନେକ ପ୍ରଶ୍ନର ଉତର ଖାେଜି ପାଉନାହାଁନ୍ତି ଛାତ୍ରୀ ଓ ସେମାନଙ୍କ ଅବିଭାବକ ।