ଭଦ୍ରକ – ଭଣ୍ଡାରିପୋଖରୀ ବ୍ଲକ ଶାରଦା ବିଦ୍ୟାମନ୍ଦିର ଠାରେ ବେସରକାରୀ ବିଦ୍ୟାଳୟ ସଂଘର ସାଧାରଣ ବୈଠକ ସଭାପତି ଶରତ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସ୍ତରୀୟ ଘରୋଇ ବିଦ୍ୟାଳୟ ଗୁଡିକୁ ନେଇ ଶିଶୁ ମହୋତ୍ସବ ମହକ ୨୦୧୯ ଆସନ୍ତା ଅକ୍ଟୋବର ମାସ ୨ତାରିଖ ହେବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ଏହାଛଡା ସଂଘର ବିଭିନ୍ନ ସମସ୍ୟା ଓ ଭବିଷ୍ୟତା କାର୍ଯ୍ୟପନ୍ଥା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ସଭ୍ୟ ପ୍ରଭାତ କୁମାର ରାଉତ, ବିଶ୍ୱମ୍ବର ରାଉତ, ମଦନ ମୋହନ ଜେନା, ମନୋଜ ସାମଲ, ତପନ ସାହୁ, ପ୍ରଫୁଲ୍ଲ ନାୟକ, ନିତ୍ୟାନନ୍ଦ ସେନାପତି ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ ।
Related Stories
December 2, 2024