ପଟ୍ଟାମୁଣ୍ଡାଇ– ଅବିଭକ୍ତ କଟକ ଜିଲ୍ଲାର ଭାତହାଣ୍ଡି ଉତିକଣ ଅଚଂଳ । ଉତିକଣ ଅଚଂଳର ୯୦ ମୌଜାର ୭୦ ହଜାର ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ଚାଷୀ । ଚାଷ କଲେ ବର୍ଷକର ଦାନା ମିଳିଥାଏ । କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ ଏ ଅଚଂଳର ଚାଷୀଙ୍କ ଆର୍ôଥକ ମେରୁଦଣ୍ଡ ଦୋହଲାଇ ଦେଇଛି । ଫାଇଲିନ, ହୁଡୁହୁଡୁ, ଅମ୍ପନ ବାତ୍ୟା ଏ ଅଚଂଳର ବ୍ୟାପକ ଧାନ ଫସଲ ଉଜାଡ଼ି ଦେଇଥିଲା । ଏତେ ସବୁ ବିପର୍ଯ୍ୟୟକୁ ସାମ୍ନା କରି ଚଳିତବର୍ଷ ଚାଷୀ ବିହନ ବେଉଷଣ କରି ଆଶା ବାନ୍ଧିଥିଲେ ଏ ବର୍ଷ ଭଲ ଫସଲ ଗଣ୍ଡାକ ଅମଳ କରିବେ । ହେଲେ ମୌସୁମୀର ଅନିୟମିତତା ହଠାତ୍ ଫେରାର ହୋଇଯିବାରୁ ଶ୍ରାବଣ ମାସରେ ମୁଣ୍ଡ ଫଟା ଖରା ଚାଷୀଙ୍କ ମନ ବଳକୁ ଭାଙ୍ଗି ଦେଇଛି । ବିଲ ଫାଟି ଯାଉଛି । ଚାଷୀର ମୁଣ୍ଡ ଉପର ପ୍ରଚଣ୍ଡ ଖରା, ଧରାରେ ବିଲ ଫାଟି ମୁକୁଳା ଦେଖି ଚାଷୀଙ୍କ ହୋସ ଉଡିଯାଉଛି । ବର୍ଷକର ଭାତହାଣ୍ଡି ଆଖି ସାମ୍ନାରେ ନଷ୍ଟ ହୋଇଯାଉଥିବା ହୃଦୟଥରା ଦୃଶ୍ୟ ସେମାନଙ୍କ ମନଭାଙ୍ଗି ଦେଉଛି । ଆଶଙ୍କା ଭିତରେ ଦିନ କାଟୁଛନ୍ତି ଚାଷୀ । ଚାଷୀମାନଙ୍କ ଆଖିରୁ ଏକ ପ୍ରକାର ନିଦ ହଜିଯାଉଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୧୧ଟି ପଚାଂୟତ ସଂସାରଫଳ, ଖଣତା, ଓଉପଦା , ଶାସନ, ଚନ୍ଦନନଗର, ବିଲିକଣା, ଦୋଷିଆ ପ୍ରଭୃତି ଅଚଂଳରେ ହଜାର ହଜାର ହେକ୍ଟର ଚାଷଜମିରେ ଚାଷକାର୍ଯ୍ୟ ବର୍ଷା ଅଭାବରୁ ଠପ୍ ହୋଇପଡିଛି । ଏହି ଅଚଂଳର କେତେକ ସ୍ଥାନରେ ଜଳସେଚନର ଭିତିଭୂମି ଥିଲେ ମଧ୍ୟ କେନାଲରେ ପାଣି ଆସେନାହିଁ । ୬୦ ଦଶକରେ ମରୁଡ଼ି ଓ ପ୍ରାକୃତିକ ବିପର୍ଯ୍ୟୟକୁ ଆଖି ଆଗରେ ରଖି ସେତେବେଳର ଜଳ ସମ୍ପଦ ମନ୍ତ୍ରୀ ଶୈଳେନ୍ଦ୍ର ନାରାୟଣ ସିଂହଦେଓ କେନାଲ ଖନନ କରିବାର ବ୍ୟବସ୍ଥା ଆରମ୍ଭ କରିଥିଲେ । ପରେ ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ସ୍ୱର୍ଗତଃ ପ୍ରହଲ୍ଲାଦ ମଳିକ ଏହାକୁ ତ୍ୱରାନ୍ୱିତ କରିଥିଲେ । ଆଜିର ଦିନରେ ସେସବୁ କେନାଲ ପୋତି ହୋଇଯାଇଛି । ପ୍ରତିବର୍ଷ ଜଳସମ୍ପଦ ବିଭାଗ ପକ୍ଷରୁ ମରୁଡ଼ି ଆଶଙ୍କା ନାଁରେ, କେନାଲ ସଫେଇ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥାନ୍ତି । ଯେଉଁ ମହତ୍ ଉଦ୍ଦେଶ୍ୟ ରଖି ସେତେବେଳେ ଯେଉଁ କେନାଲ ଖୋଳାଯାଇଥିଲା, ତାର ପୁନଃରୁଦ୍ଧାର କରାଯାଇ ଯୁଦ୍ଧକାଳୀନ ଭିତିରେ ପାଣି ଯୋଗାଇ ଦେଲେ ଉତିକଣ ଚାଷୀ ଭାଇମାନେ ଚାଷକାମ ଆରମ୍ଭ କରିପାରନ୍ତେ । ରାଜନୈତିକ ଇଚ୍ଛାଶକ୍ତି ଅଭାବ ସାଙ୍ଗକୁ ମୁନାଫାଖୋର ଯନ୍ତ୍ରୀମାନଙ୍କ ମନମାନି ଯୋଗୁଁ ଆଜି ଏଭଳି ସ୍ଥିତି ଦେଖିବାକୁ ମିଳିଛି । ତେବେ ଚାଷୀଙ୍କ ଭାଗ୍ୟ ସହିତ ଖେଳିବାକୁ ଆଦୌ ବରଦାସ୍ତ କରାଯିବନାହିଁ । ଦିନେ ଦୁଇ ଦିନ ଭିତରେ ପାଣି ଯୋଗାଇ ଦେବା ସହିତ ଉଠାଜଳସେଚନ ବ୍ୟବସ୍ଥା କରାଯିବାକୁ ଉତିକଣ ଚାଷୀ ମୂଲିଆ ସଂଗ୍ରାମ ସମିତିର ଆବାହକ ଭାସ୍କର ରାଉତରାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ଦିଗରେ ତ୍ୱରିତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।