ବ୍ରହ୍ମପୁର: ବ୍ରହ୍ମପୁର ବାଳ ସୁଧାର ଗୃହ(ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଆବାସ)ର ୫ଜଣ ଅନ୍ତେବାସୀ ପୁଣିଥରେ ପଜିଟିଭ ହୋଇଛନ୍ତି । ଫଳରେ ଆକ୍ରାନ୍ତ ସଂଖ୍ୟା ୫୦ ଛୁଇଁଛି । ସିଡିଏମ୍ଓ ଅଫିସ୍ରୁ ଡେପୁଟେସନ୍ରେ ଆସିଥିବା ଜଣେ ଡାକ୍ତର ଅନ୍ତେବାସୀଙ୍କ ଚିକିତ୍ସାକରି ଆବଶ୍ୟକ ଔଷଧ ପ୍ରଦାନ କରିଥିବା ଡିସିପିଓ ସୂଚନା ଦେଇଛନ୍ତି । ସମସ୍ତ ଅନ୍ତେବାସୀଙ୍କ ଚିକିତ୍ସା ଜାରି ରହିଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ) ସୁବୋଧ ଷଢ଼ଙ୍ଗୀ ସୂଚନା ଦେଇଛନ୍ତି । ସମସ୍ତ ଅନ୍ତେବାସୀ ସୁସ୍ଥ ଅଛନ୍ତି । କିଛି ଅନ୍ତେବାସୀଙ୍କୁ ଥଣ୍ଡା, ଜ୍ୱର ହେବାରୁ ସମସ୍ତଙ୍କର କୋଭିଡ୍ ପରୀକ୍ଷା(ଆଣ୍ଟିଜେନ୍) ଟେଷ୍ଟ କରାଯାଇଥିଲା । ତନ୍ମଧ୍ୟରୁ ୪୫ଜଣଙ୍କ ନମୁନା ପଜିଟିଭ ଆସିଥିଲା । ଆଉ ୫ଟି ନମୁନାର ରିପୋର୍ଟ ଆସି ନଥିଲା । ସୋମବାର ସେହି ନମୁନାର ପଜିଟିଭ ରିପୋର୍ଟ ଆସିଛି । ସେହି ୫ଜଣ ନାବାଳକଙ୍କୁ ମଧ୍ୟ ପୂର୍ବରୁ ସଙ୍ଗରୋଧରେ ରଖାଯାଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଯାଉଛି ବୋଲି ଡିସିପିଓ ସୂଚନା ଦେଇଛନ୍ତି । ସେପଟେ କିଛି କର୍ମଚାରୀଙ୍କୁ ମଧ୍ୟ ଥଣ୍ଡା, ଜ୍ୱର ହୋଇଥିବା ଜଣାପଡିଛି । ସମ୍ପୃକ୍ତ କର୍ମଚାରୀଙ୍କ ମଧ୍ୟ କୋଭିଡ୍ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ବାଳ ସୁଧାର ଗୃହକୁ ୧୨ଟି ଜିଲ୍ଲାରୁ ନାବାଳକଙ୍କୁ ସ୍ଥାନାନ୍ତର କରାଯାଇଥାଏ । ଏଠାରେ ୭୨ଜଣ ନାବାଳକ ରହିଛନ୍ତି ।
Related Stories
November 23, 2024
November 23, 2024
November 23, 2024