ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବର୍ତ୍ତମାନ ତୃତୀୟ ପ୍ରକ୍ରିୟା ସ୍କ୍ରିନିଂ ଓ ସ୍ୱାସ୍ଥ୍ୟ ଯାଞ୍ଚ ଘରକୁ ଘର ବୁଲି ସରିଛି । ପ୍ରାୟ ୨୦୦ଟି ଟିମ୍ ଡାକ୍ତର ଦଳ ଘରକୁ ଘର ବୁଲି ନିଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି । ସେଥିମଧ୍ୟରେ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଚିହ୍ନଟ ହୋଇଥିଲେ । ସମସ୍ତଙ୍କ ଠାରୁ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୨୦୩୮ଜଣ କରୋନାରେ ସଂକ୍ରମିତ ହୋଇଥିଲେ । ଅଗଷ୍ଟ ୨ତାରିଖ ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ୧୫୩୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୮୧ଜଣ ବର୍ତ୍ତମାନ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ମାନଙ୍କରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୧୮ଜଣ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ନେଇ ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ କରିଥିବା ଟ୍ୱିଟ୍ରୁ ଜଣାପଡିଛି ।
Related Stories
November 23, 2024