ବ୍ରହ୍ମପୁର: ପାତ୍ରପୁର ବ୍ଲକ୍ ପାତ୍ରପୁର ପଞ୍ଚାୟତ ବମକୋଇ ଗ୍ରାମରେ କରୋନାର ଭୟାବହତା ଦେଖାଦେଇଛି । ପ୍ରାୟ ୧୩ଜଣଙ୍କର ପଜିଟିଭ ଦେଖାଦେଇଥିବା ବେଳେ ଗ୍ରାମରେ ବହୁ ଲୋକ ଜ୍ୱରରେ ପୀଡିତ ଅଛନ୍ତି । ଶୁକ୍ରବାର ପାତ୍ରପୁର ଅଗ୍ନିଶମ ବିଭାଗ ଦ୍ୱାରା ବମକୋଇ ଗ୍ରାମକୁ ସାନିଟାଇଜି କରାଯାଇଛି । ଯେଉଁମାନେ ଆକ୍ରାନ୍ତ ଥିବା ଜଣାପଡିଛି ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ଟେଷ୍ଟିଂ କରାଗଲେ ସଂକ୍ରମଣ କବିବ । ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରନ୍ତୁ । ସେହିପରି ବମକୋଇ ନିକଟସ୍ଥ ନୂଆଗଡ ଗ୍ରାମରେ ବି ଅଧିକ ସଂଖ୍ୟାରେ ସଂକ୍ରମଣ ଚିହ୍ନଟ ହେବା ସହ ବହୁ ବ୍ୟକ୍ତି ଥଣ୍ଡା, କାଶ, ଜ୍ୱରରେ ପୀଡିତ ଅଛନ୍ତି । ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଧ୍ୟାନଦେଇ ଉକ୍ତ ୨ ଗ୍ରାମକୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରୋଗୀଙ୍କୁ ଆବଶ୍ୟକୀୟ ଔଷଧ ଯୋଗାଇଦେବା ସହିତ ପାତ୍ରପୁର ଗ୍ରାମରେ ମଧ୍ୟ ଘରେ ଘରେ ଥଣ୍ଡା, କାଶ, ଜ୍ୱରରେ ବହୁ ବ୍ୟକ୍ତି ଆକ୍ରାନ୍ତ ଥିଲେ ମଧ୍ୟ ଟେଷ୍ଟିଂ କରାଯାଉନାହିଁ । ସବୁ ପଞ୍ଚାୟତରେ ଟେଷ୍ଟିଂ କରାଯାଉଥିଲେ ମଧ୍ୟ ପାତ୍ରପୁର ଗ୍ରାମରେ କାହିଁକି ଟେଷ୍ଟିଂ କରାଯାଉନାହିଁ ତାହା ତଦନ୍ତ ସାପେକ୍ଷ । ତୁରନ୍ତ ସମସ୍ତ ବିଷୟକୁ ଗୁରୁତର ସହ ବିଚାରକରି ପଦକ୍ଷେପ ନିଆଯାଉ ନଚେତ୍ ଯେଉଁ ଭୟାଭୟ ପରିସ୍ଥିତି ଉପୁଜିବ ସେଥିପାଇଁ ଜିଲ୍ଲା ପ୍ରଶାସନ ହିଁ ଦାୟୀ ରହିବ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା କହିଛନ୍ତି ।