ଭୁବନେଶ୍ୱର – ଲଘୁଚାପଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳପତନ ବୃଦ୍ଧି ପାଇ ବିପଦସଂକେତ ନିକଟତର ହେବାରେ ଲାଗିଛି । ମହାନଦୀ ନରାଜ ଠାରେ ବିପଦ ସଂକେତ ୨୬.୪୧ ମିଟର ଥିବା ବେଳେ ସଂନ୍ଧ୍ୟା ଜଳ ପତନ ୨୬.୨୨ ମିଟରରେ ପ୍ରବାହିତ ହେଉଛି । ସେହିପରି ଦେବୀ ନଦୀ ଆଳି ପିଙ୍ଗଳ ଠାରେ ବିପଦ ସଂକେତ ୧୧.୭୬ ମିଟର ରହିଥିବା ବେଳେ ସଂନ୍ଧ୍ୟା ୬ଟା ସୁଦ୍ଧା ଜଳପତନ ୫.୩୨ ମିଟରରେ ପ୍ରବାହିତ ହେଉଛି । ବ୍ରାହ୍ମଣୀ ନଦୀ ପାନପୋଷ ଠାରେ ବିପଦ ସଂକେତ ୧୭୮.୪୨ ମିଟର ଥିବା ବେଳେ ସଂନ୍ଧ୍ୟାରେ ୧୭୫.୫ ମିଟରରେ ପ୍ରବାହିତ ହେଉଛି । ଏହି ନଦୀର ଜେନାପୁର ଠାରେ ଜଳ ପତନ ବିପଦ ସଂକେତ ୨୩ ମିଟର ଥିବା ବେଳେ ସଂନ୍ଧ୍ୟାରେ ୧୯.୪ ମିଟରରେ ପ୍ରବାହିତ ହେଉଛି । ବୈତରଣୀ ନଦୀ ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ସଂନ୍ଧ୍ୟାରେ ଏହାର ଜଳ ପତନ ୧୭.୩୦ ମିଟରରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ନଦୀ ଜାମଶାଳା ଘାଟରେ ବିପଦ ସଂକେତ ୪୯.୧୫ ମିଟର ଥିବାବେଳେ ଜଳ ପତନ ୪୬.୭୬ ମିଟରରେ ପ୍ରବାହିତ ହେଉଛି । ଏହି ନଦୀର ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ସଂନ୍ଧ୍ୟାରେ ଏଠାରେ ୬.୪୬ ମିଟରରେ ପ୍ରବାହିତ ହେଉଛି । ବଂଶଧାରା ନଦୀ ଗୁଣୁପୁର ଠାରେ ବିପଦ ସଂକେତ ୮୪ ମିଟର ଥିବା ବେଳେ ୮୧.୨୨ ମିଟରରେ ପ୍ରବାହିତ ହେଉଛି । ଉକ୍ତ ନଦୀର କାଶୀନଗର ଠାରେ ବିପଦ ସଂକେତ ୫୪.୬୦ ମିଟର ଥିବା ବେଳେ ସେଠାରେ ସନ୍ଧ୍ୟାରେ ୫୩.୩୩ ମିଟରରେ ପ୍ରବାହିତ ହେଉଛି । ଜଳକା ନଦୀ ମଥାନି ଠାରେ ବିପଦ ସଂକେତ ୫.୫୦ ମିଟର ରହିଥିବା ବେଳେ ସଂନ୍ଧ୍ୟାରେ ୫.୮୯ ମିଟରରେ ପ୍ରବାହିତ ହେଉଛି । କୁଶଭଦ୍ରା ନିମାପଡ଼ା ଠାରେ, ଇବ୍ ସୁନ୍ଦରଗଡ଼ ଠାରେ ବୁଢ଼ାବଳଙ୍ଗ ଜାତୀୟ ରାଜପଥ ଠାରେ ଜଳପତନ ସ୍ଥିର ରହିଥିବା ବେଳେ ବ୍ରାହ୍ମଣୀ ନଦୀ ଆନନ୍ଦପୁର ଏବଂ ଋଷିକୂଲ୍ୟା ପୁରୁଷୋତମପୁର ଠାରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି ।
Related Stories
November 22, 2024