
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– କୋରନା ଆରମ୍ଭ ଲକ ଡାଉନ ଠାରୁ ଆଜି ପର୍ଯ୍ୟନ୍ତ କୋରନା ଯୋଦ୍ଧା ଭାବେ ଦିନ ରାତି ଏକାଠି କରି ଭଞ୍ଜନଗର ଉପ ଜିଲ୍ଲାପାଳ ଓ ସମସ୍ତ କର୍ମଚାରୀ ମାନେ ଲୋକଙ୍କ ସୁରକ୍ଷା ନିମନ୍ତେ ଲାଗିପଡିଛନ୍ତି।ନିଜେ ସୁସ୍ଥ ରହିଲେ ଯାଇ ଅନ୍ୟମାନଙ୍କୁ ସାହାଯ୍ୟ କରିହେବ ଏହାକୁ ଦୃଷ୍ଟିରେ ରଖି କର୍ମଚାରୀ ମାନେ ନିଜ ଚାରିପାଖରେ ଥିବା ପରିବେଶକୁ ସଫା ସୁତରା ରଖିବାକୁ ଉଦ୍ୟମ ଆରମ୍ଭ କରିଥିଲେ।ଯାହା ଫଳରେ ଆଜି କର୍ମଚାରୀ ମାନେ ଏକାଠି ହୋଇ ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କୋଣ ଅନୁକୋଣ ସାନିଟାଇଜ କରିଥିଲେ।କୋରନା ଠାରୁ ଦୂରେଇ ରହିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।