
ଭୁବନେଶ୍ୱର . ଆତ୍ମନିର୍ଭରଶୀଳ ଭାରତ ତଥା ମେକ୍ ଇନ୍ ଓଡିଶା ଯୋଜନା ଆରମ୍ଭ ପରେ ଆଂଚଳିକ
ସ୍ଥରରେ କୃଷକ ଉତ୍ପାଦକ ଅନୁଷ୍ଠାନ ଗୁଡିକର ଉପଯୁକ୍ତ ପରିଚାଳନା ଓ ସ୍ଥାୟିତ୍ୱ ହିଁ କୃଷକ ମାନଙ୍କ ଆୟକୁ
ଦ୍ୱିଗୁଣିତ କରିବାରେ ସହାୟକ ହୋଇପାରିବ । କୃଷକ ଉତ୍ପାଦକ ଅନୁଷ୍ଠାନ ଗୁଡିକୁ ସ୍ୱୟଂ ସହାୟକ ଦଳ
ଢାଂଚାରେ ସମସ୍ତ ସହଯୋଗର ବ୍ୟବସ୍ଥା କଲେ ସେମାନେ ଠିକ୍ ସମୟରେ ବ୍ୟାଙ୍କ୍ରୁ ତଥା ଅନ୍ୟାନ୍ୟ
ଅନୁଷ୍ଠାନ ଗୁଡିକରୁ ବିଭିନ୍ନ ସହଯୋଗ ପାଇପାରିବେ । ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ
ଦ୍ୱାରା ଆୟୋଜିତ ଏକ ଜାତୀୟ ସ୍ଥରୀୟ ୱେବିନାରରେ ଏହା ପ୍ରକାଶ କରିଛନ୍ତି ଓଡିଶା ଜୀବିକା ମିଶନର
ରାଜ୍ୟ ପ୍ରକଳ୍ପ ପରିଚାଳକ ଶ୍ରୀ ଦେବାଶିଷ ମହାପାତ୍ର । ୱେବିନାରର ଅନ୍ୟତମ ବକ୍ତା ସମୁନ୍ନତି ସଂସ୍ଥାର
ବରିଷ୍ଠ ଉପସଭାପତି ଶ୍ରୀ ଗଣେଷ ନାଗରାଜନ – କୃଷକ ଉତ୍ପାଦକ ଅନୁଷ୍ଠାନ ଗୁଡିକୁ ଯୋଗାଇଦିଆଯାଉଥିବା
ବିଭିନ୍ନ ସେବା ତଥା ଋଣ, ବଜାରୀକରଣ ଦକ୍ଷତା ବିକାଶ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ବକ୍ତାମାନେ ଏହି ଅନୁଷ୍ଠାନ ଗଠନରେ ପ୍ରୋତ୍ସାହନକାରୀ ସଂସ୍ଥାର ଭୂମିକା ଓ ଦାୟୀତ୍ୱ,
ଉପଯୁକ୍ତ ଭିତିଭୂମିର ବିକାଶ, ଉତ୍ପାଦନର ଗୁଣବତା ଓ ବଜାରୀକରଣ, ବିଭିନ୍ନ ସରକାରୀ ଯୋଜନା ତଥା
ଆର୍ଥିକ ସଂସ୍ଥା ଗୁଡିକ ସହ ସଂଯୋଗୀକରଣ ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ବକ୍ତା ମାନଙ୍କ
ମଧ୍ୟରେ ନାବ-ଫାଉଣ୍ଡେସନ (ନାବାର୍ଡ) ର ପ୍ରତିନିଧି ଶ୍ରୀ ହର୍ଷ ଦେଶମୁଖ, ହର୍ଷା ଟଷ୍ଟ୍ର ନିର୍ଦ୍ଦେଶକ ଶ୍ରୀ
ଡା.କାଲୁଲ ବୋରା, ସହଭାଗୀ ବିକାଶ ଅଭିଯାନର ସଭାପତି ଶ୍ରୀ ଜଗଦିଶ ପ୍ରଧାନ, ଉତ୍କଳ ବିଶ୍ୱବିଦ୍ୟାଳୟର
ପ୍ରାଧ୍ୟାପିକା ଡା.ସରିତା ଦାସ, ଗ୍ରାମଭୂମି ବିକାଶରୁ ଶ୍ରୀ ସୁକୁମାର ଦାଶ, ସକ୍ଷମ ଫାଉଣ୍ଡେସନର ପରିଚାଳନା
ନିର୍ଦ୍ଦେଶକ ଶ୍ରୀ ବିମଳ ଲାକ୍ରା ଯୋଗଦେଇ ୱେବିନାରରେ କୃଷି ଓ କୃଷକ ତଥା କୃଷକ ଉତ୍ପାଦକ ଅନୁଷ୍ଠାନ
ବିକାଶର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନରୁ ଏକ ଶହରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଯୋଗଦେଇଥିବାବେଳେ
ମହାଶକ୍ତି ତରଫରୁ ଶ୍ରୀ ମୋହନ ବଳିୟାରସିଂ ଓ ସୁଶ୍ରୀତା ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।