ମାଲକାନଗିରି– ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମା ସ୍ଥିତ ସିନ୍ଧିଗୁଡା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସବୁଦିନପରି ସିନ୍ଧିଗୁଡା ଗ୍ରାମର ମଙ୍ଗୁଳୁ ଟାଟୁ ବୟସ ୨୩ ବର୍ଷ ଶୁକ୍ରବାର ଦିନ ଗାଈଗୋରୁ ନେଇ ପାଖ ଜଙ୍ଗଲକୁ ଚରେଇବା ପାଇଁ ଯାଇଥିଲେ । ଅପରାହ୍ନରେ ହଠାତ୍ ବିଜୁଳି ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା । ଏହି ସମୟରେ ବଜ୍ରପାତ ହୋଇଥିଲା । ଯାହା ଫଳରେ ତାଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଥିଲା । ତୁରନ୍ତ ଏହି ଖବର ଶୁଣି ଗାଁ ର କିଛି ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଓ ଡାକ୍ତରଙ୍କ ଚିକିତ୍ସା ପରେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି ।
Related Stories
November 23, 2024
November 23, 2024
November 23, 2024