ବ୍ରହ୍ମପୁର : ଜିଲ୍ଲାରେ ଶୁକ୍ରବାର ୩୬୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୨ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ଶୁୂକ୍ରବାର ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୮୧ବର୍ଷୀୟ, ୭୩ବର୍ଷୀୟ, ୪୯ବର୍ଷୀୟ ଓ ୪୫ବର୍ଷୀୟ ୪ଜଣ ପୁରୁଷ । ଜୁଲାଇ ମାସର ଏହି ୩୧ଦିନ ମଧ୍ୟରେ ୮୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୯୯୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୦୦ରେ ପହଁଚିଛି । ଏଥିମଧ୍ୟରେ ୯୪ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୬ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ଶୁକ୍ରବାର ୩୬୮ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୯ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ୭ଜଣ ରାଜ୍ୟ ଫେରନ୍ତା ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୩୪୨ଜଣ ରହିଛନ୍ତି । ୧୯ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୨, ବେଲଗୁଣ୍ଠା ୬, ବିଏମ୍ସି ୫, ବୁଗୁଡା ୧, ଭଞ୍ଜନଗର ୧, ହିଞ୍ଜିଳକାଟୁ ୩ ଓ ସୋରଡା ବ୍ଲକ୍ରୁ ୩ଜଣ ରହିଛନ୍ତି । ରାଜ୍ୟ ଫେରନ୍ତା ୭ଜଣଙ୍କ ମଧ୍ୟରେ ବେଲଗୁଣ୍ଠା ବ୍ଲକ୍ରୁ ୬ଜଣ ରହିଥିବା ବେଳେ ଚିକିଟି ବ୍ଲଖ୍ରୁ ଜଣେ ରହିଛନ୍ତି । ସେମାନେ ସମସ୍ତେ ହାଇଦ୍ରାବାଦ, ସୁରଥ ଓ କେରଳ ରାଜ୍ୟ ଫେରନ୍ତା ବୋଲି ଜଣାପଡିଛି । ସେହିପରି ୩୪୨ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୫, ବେଗୁନିଆପଡା ୧୨, ବେଲଗୁଣ୍ଠା ୧୯, ବିଏମ୍ସି ୧୦୧, ଭଞ୍ଜନଗର ୨୫, ବୁଗୁଡା ୫, ଛତ୍ରପୁର ୯, ଚିକିଟି ୧୩, ଧରାକୋଟ ୩,଼ ଦିଗପହଣ୍ଡି ୭, ଗଞ୍ଜାମ ୧୫, ହିଞ୍ଜିଳିକାଟୁ ୨୦, ଜଗନ୍ନାଥପ୍ରସାଦ ୭,କବିସୂର୍ଯ୍ୟନଗର ୭, ଖଲ୍ଲିକୋଟ ୧୪, କୁକୁଡାଖଣ୍ଡି ୨୦, ପାତ୍ରପୁର ୧୦, ପୋଲସରା ୫, ପୁରୁଷୋତ୍ତମପୁର ୭, ରଙ୍ଗେଇଲୁଣ୍ଡା ୮, ସାନଖେମୁଣ୍ଡି ୧୦, ଶେରଗଡ ୨ ଓ ସୋରଡା ବ୍ଲକ୍ରୁ ୧୫ ଓ ଅନ୍ୟାନ୍ୟ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୦୩୬୪ରେ ପହଞ୍ôଚଥିବା ବେଳେ ୧୦୦ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ଶୁକ୍ରବାର ୨୧୨ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୭୩୪୨ରେ ପହଂଚିଛି । ଜିଲ୍ଲାରେ ଏବେ ୨୯୨୮ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।