ବ୍ରହ୍ମପୁର: ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କନିଷି ନିକଟସ୍ଥ ଅମିତ ହସ୍ପିଟାଲ ପରିସରରେ କଟକ ଅଶ୍ୱିନୀ ହସ୍ପିଟାଲର ସହଯୋଗରେ ପ୍ରସ୍ତୁତ ହେଉଥିବା କୋଭିଡ୍ ହସ୍ପିଟାଲର ତଦାରଖ କରିବା ପାଇଁ ଯାଉଥିବା ବେଳେ କନିଷି ଜାତୀୟ ରାଜପଥରେ ଏକ ଯୁବକ ସଡକ ଦୁୂର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ପଡିଥିଲେ । ଜିଲ୍ଲାପାଳ ଦେଖିବାକ୍ଷଣି ଗାଡିରୁ ଓହ୍ଲାଇ ଯୁବକଙ୍କୁ ଉଦ୍ଧାରକରି ତାଙ୍କ ପଛରେ ଯାଉଥିବା ବ୍ରହ୍ମପୁର ପୂର୍ତ୍ତ ବିଭାଗ-୧ ନିର୍ବାହୀଯନ୍ତ୍ରୀଙ୍କ ସରକାରୀ ଗାଡିରେ ଏମ୍କେସିଜିକୁ ପଠାଇଥିଲେ । ଜିଲ୍ଲାପାଳଙ୍କ ଏଭଳି ମହତ୍ୱ କାର୍ଯ୍ୟକୁ ଦେଖି ସ୍ଥାନୀୟ ଅଞ୍ଚଳବାସୀ ଓ ବୃଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ସେପଟେ ଗୁରୁତର ଯୁବକଙ୍କ ଚିକିତ୍ସା ଏମ୍କେସିଜିରେ ଚାଲିଥିବା ଜଣାପଡିଛି ।
Related Stories
November 23, 2024