ଭୁବନେଶ୍ୱର– ରାଜ୍ୟରେ ବଢିବ କରୋନା ପରୀକ୍ଷଣ । ଦିନକୁ ୧୨ହଜାର ବଦଳରେ ହେବ ୨୦ହଜାର ପରୀକ୍ଷା ହେବ । ୮ ହଜାର ଆର୍ଟିଫିସିଆଲ,ବାକି ଆଂଟିଜେନ୍ ଓ ଟ୍ରୁନେଟ୍ ପରୀକ୍ଷା ହେବ । ବର୍ତମାନ ରାଜ୍ୟରେ ଆଂଟିଜେନ କିଟ୍ ର ଅଭାବ ନାହିଁ । ଏବେ ବହୁତ କମ୍ପାନୀ ଏହା ତିଆରି କରୁଛନ୍ତି । ତେଣୁ ୪୫୦ ଟଙ୍କାରୁ ଏହାର ଦାମ କରିପାରେ । ଏହା ବ୍ୟତୀତ ଗଂଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ସ୍ଥିତି ସ୍ଥିର ଅଛି ବୋଲି କହିଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ।
ସେ କହିଛନ୍ତି ଯେ ଲକ୍ ଡାଉନ୍ ପାଇଁ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଇ ସଙ୍ଘରୋଧ କରାଯାଇପାରିଛି । ଏହିପରି ହେଲେ ଅଗଷ୍ଟରେ ସଂଖ୍ୟା କମିବ ବୋଲି ଆଶା ରହିଛି । ବର୍ତମାନ ସୁଦ୍ଧା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ । ରାଜ୍ୟ ସରକାର ଚାହିଁଲେ, ଘରୋଇ ଲାବ୍ରୋଟାରୀ ରେ ପରୀକ୍ଷା ହୋଇପାରିବ । ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଆଗାମୀ ସ୍ଥିତି ସମ୍ପର୍କରେ କହିବେ ବୋଲି ଶ୍ରୀ ପରିଡା ସୂଚନା ଦେଇଛନ୍ତି ।