ଭଦ୍ରକ – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୁଆମାଳ-ତଳଗୋପବିନ୍ଧା ପ୍ରଧାନମନ୍ତ୍ରୀ ରାସ୍ତାରୁ ଯାଇଥିବା ଈଶାଣପୁର-କଷଟି ରାସ୍ତା ବିପଦସଙ୍କୁଳ ହୋଇଛି । ଯାହାଫଳରେ ଆଖପାଖ ୯ଟି ଗ୍ରାମର ହଜାର ହଜାର ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି । ଏପରିକି ସ୍କୁଲ ପିଲାମାନଙ୍କ ଯାତାୟତ କଲାବେଳେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଓ ଦମକଳ ଯିବା ମଧ୍ୟ ଅସମ୍ଭବ ହୋଇ ଯାଇଛି । ପଂଚାୟତବାସୀ ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଏବଂ କନିÂଯନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା । ଜିଲାପାଳ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପଦକ୍ଷେପ ନେବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ପ୍ରକାଶ ଯେ, ଏହି ରାସ୍ତାରେ ଇଟାଗଡ଼ି, କଷଟି, ତଳଗୋପବିନ୍ଧା, ତୁଳସୀପୁର, ଦେଉଳା, ରହଣିଆସାହି, ମାଙ୍କଡ଼କୋଲା, ମିରିପୁର, ରାଜୁଆଳିବିନ୍ଧା ଗ୍ରାମର ଲୋକମାନେ ଯାତାୟତ କରିଥାନ୍ତି । ଛାତ୍ରୀଛାତ୍ରମାନେ ଗୁଆମାଳ ଓ ଦୋଳସାହି ସ୍କୁଲକୁ ପାଠ ପଢ଼ିବା ପାଇଁ ସେହି ରାସ୍ତାରେ ଯାତାୟତ କରିଥାନ୍ତି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି । ଜରୁରୀକାଳୀନ ପରିସ୍ଥିତିରେ ଦମକଳ ଅଥବା ଆମ୍ବୁଲାନ୍ସ ଯାତାୟତ ସମ୍ଭବ ହୋଇ ପାରୁନାହିଁ । ରାସ୍ତାଟି ବିଗତ ୬ମାସ ହେଲା ବିପଦସଙ୍କୁଳ ହୋଇପଡ଼ିଛି । ବିଭିନ୍ନ ସମୟରେ ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ପଂଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ରାସ୍ତା ମରାମତି କରିବାକୁ ଇଟାଗଡ଼ି ଗ୍ରାମର ସମାଜସେବୀ ଗଣେଶ ପ୍ରସାଦ ରାଉତ, ଲକ୍ଷ୍ମୀଧର ସେଠୀ, କଷଟି ଗ୍ରାମର ପ୍ରାଣବନ୍ଧୁ ରାଉତ, ଦେଉଳା ଗ୍ରାମର ଶରତ କୁମାର ନାୟକ, ତୁଳସୀପୁରର ଧୀରେନ କୁମାର ସ୍ୱାଇଁ, ଦୀପକ ଖଟୁଆ, ରଶ୍ମୀରଞ୍ଜନ ବେହେରା, ପରମାନନ୍ଦ ସେଠୀ ପ୍ରମୁଖ ଦାବି ଜଣାଇଛନ୍ତି । ସପ୍ତାହକ ମଧ୍ୟରେ ରାସ୍ତା ମରାମତି ନହେଲେ ଆନେ୍ଦାଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
Related Stories
November 25, 2024