![](https://indokalingtimes.com/wp-content/uploads/2019/09/muskan-panch-phuta-1.jpeg)
ଭଦ୍ରକ – ଉକôଳ ଯାଦବ ମହାସଭା ଓଡିଶାର ରାଜ୍ୟ ସଭାପତି ତଥା ଓସିଏସର ପୂବର୍ତନ ସମ୍ପାଦକ ଆର୍ଶୀବାଦ ବେହେରାଙ୍କୁ ଗତ ତା୧୯/୯/୨୦୧୯ରିଖ ଗୁରୁବାର ଦିନ ସି.ବି.ଆଇ.ର ଆକ୍ରୋଶମୂଳକ ଗିରଫ ଘଟଣାକୁ ଭଦ୍ରକଜିଲ୍ଲା ଉକôଳ ଯାଦବ ମହାସଭା ମହିଳା ଓ ଉକôଳ ଯୁବ ଯାଦବ ମହାସଭା,ଭଦ୍ରକ ଜିଲ୍ଲା ତରଫରୁ ଦୃଢ ନିନ୍ଦା କରାଯାଇଛି । ବିଗତ ୨୦୧୨ ମସିହାର ଏକ ଅର୍ଥତତ୍ୱ ମାମଲାରେ ଓ.ସି.ଏ. ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଠିକ୍ ଦିନକ ପୂର୍ବରୁ ତାଙ୍କୁ ଯେପରି ଭାବରେ ସିବିଆଇ ଗିରଫ କରିନେଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅଗଣତାନ୍ତ୍ରିକ ବୋଲି ଯାଦବ ମହାସଭାର କର୍ମକର୍ତାମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଓଡିଶା କ୍ରିକେଟ ଜଗତରେ ତାଙ୍କର ଭୂମିକା ଅତୁଳନୀୟ । ତାଙ୍କର କଠୋର ସାଧନା ଓ ଆଦର୍ଶ ଉନ୍ନତିକରଣ ନିମିତ ମହନୀୟତା ଯୋଗୁ ଓସିଏସ ଓ କଟକ ବାରବାଟୀ ଷ୍ଟାଡିୟମ ଆର୍ନ୍ତଜାତିକ ସ୍ତରରେ ମାନ୍ୟତା ପାଇବା ସହ ସଫଳତାର ଶୀର୍ଷରେ ପହଂଚି ପାରିଛି । ଯାହା ଦ୍ୱାରା ଶ୍ରୀ ବେହେରା କଟକକୁ ସମଗ୍ର ବିଶ୍ୱରେ ପରିବର୍ତନ କରିବାରେ ମୁଖ୍ୟ ନାୟକ ସାଜିଛନ୍ତି । ଓଡିଶାର ଯାଦବମାନଙ୍କର ସାମୁହିକ ବିକାଶ ପାଇଁ ସେମାନଙ୍କୁ ସୁସଙ୍ଗଠିତ କରି ଏକ ରାଜ୍ୟସ୍ତରୀୟ ବିରାଟ ସଂସାରମୂଳକ ସଙ୍ଗଠନ ଗଢିବା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ଭଦ୍ରକ ଯାଦବମହାସଭା ପକ୍ଷରୁ କୁହାଯାଇଛି । ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ସାମ୍ବାଦିକ ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଅନÂିତ ଏକ ବୈଠକରେ ରାଜ୍ୟ ଉକôଳ ଯାଦବ ମହାସଭାର ସଂପାଦକ ଧିରେନ ପଲେଇ ଜିଲ୍ଲା ସଭାପତି ସୁଧାଂଶୁ ନାୟକ, ସଂପାଦକ ଦିଲ୍ଲିପ ନାୟକ, ରାଜ୍ୟ ଯୁବ ସଂପାଦକ ଅମର କୁମାର ନାୟକ, କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା ଧାମନଗର ସଭାପତି ସୁବାସ ବାରିକ, ଭାଗିରଥି ପଲେଇ, ଧୃବ ବାରିକ, ଅନିଲ କୁମାର ବାରିକ, କୁଳମଣି ବେହେରା, ଯୁବ ସଂପାଦକ ସନ୍ତୋଷ କୁମାର ଦାସ, ଯୁଗ୍ମ ସଂପାଦକ ଅଶୋକ ଦାସ, ଦେବେନ୍ଦ୍ର ବେହେରା ଶୁକଦେବ ବେହେରା, ମନୋରଂଜନ ବାରିକ.ସଂଜୀବ ନାୟକରଂଜନ ବେହେରା, ସୁନିଲ ଦାସ, ବୁଲୁଭାଇ, ମୁନା ପରିଡା, ମନୋରଂଜନ ଦାସ, ନିରୁ ବାରିକ, ପବିତ୍ର ମୋହନ ଖିଲାର, ସୁଦର୍ଶନ ବାରିକ,ଭାଗବତ ବାରିକ, ପ୍ରିୟଦର୍ଶନ ବୋଇତି, କଳ୍ପତରୁ ପରିଡା, ସାଧୁ ବାରିକ, ରାଜୀବ ଦାସ, ପିଂଟୁ ବାରିକ, ଲଲାଟେନ୍ଦୁ ଦାସ, ଶୁକଦେବ ବେହେରା , ସନାତନ ବେହେରା ,ପିୟୁସ ଦାସ,ସନାତନ ବାରିକ,ସିଲୁ ବାରିକ ପାପୁନ ନାୟକ, ଗୋପନାରାୟଣ ନାୟକ, କହ୍ନେଇ ନାୟକ, ବସନ୍ତବାରିକଙ୍କ ସମେତ ଜିଲ୍ଲା ଯୁବ ସଭାପତି ଶ୍ରୀ ଖିଲାର ପ୍ରମୁଖ ଉପସ୍ଥିତ ହୋଇ ଏଭଳି ଗିରଫଦାରୀ କୁ ତୀବ୍ର ନିନ୍ଦା କରିଛନ୍ତି ।