ବ୍ରହ୍ମପୁର : ଶିବାନନ୍ଦରସ୍ଥିତ ମା’ ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଗତ ୧୦ବର୍ଷର୍ଧରି ଶତ ପ୍ରତିଶତ ସଫଳତା ହାସଲକରି ଓଡ଼ିଶା ମାଟିରେ ଏହି ଅନୁଷ୍ଠାନର ଗୌରବ ବିବର୍ଦ୍ଧନ କରି ପାରିଛନ୍ତି । ଚଳିତ ବର୍ଷ ୧୨୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏ୧ରେ ୬, ଏ୨ରେ ୩୫, ବି୧ରେ ୪୬, ବି୨ରେ ୨୬ ଓ ସି ଗ୍ରେଡ୍ରେ ୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟା ମନ୍ଦିରର ସହସ୍ରନାମ ପାଢ଼ୀ ସର୍ବାଧିକ ୫୫୫ ମାର୍କ ରଖିଛନ୍ତି । ଏହି ସଫଳତାରେ ବିଦ୍ୟା ମନ୍ଦିରର ସଭାପତି ଡ. ସୁରେନ୍ଦ୍ରନାଥ ପାଣିଗ୍ରାହୀ, ଉପସଭାପତି ଦେବେନ୍ଦ୍ର କୁମାର ପାଢ଼ୀ, ସମ୍ପାଦକ ଯଜ୍ଞନାରାୟଣ ପାଠୀ, ସହ ସମ୍ପାଦକ ଜୟରାମ ସ୍ୱାଇଁ, ବିଦ୍ୟାଳୟର ପ୍ରତିଷ୍ଠାତା ଗୌରୀଶଙ୍କର ପାତ୍ର ଓ ପ୍ରଧାନ ଆଚାର୍ଯ୍ୟ ମମତା କୁମାରୀ ପଟ୍ଟନାୟକ ପ୍ରମୁଖ ଆଚାର୍ଯ୍ୟମାନଙ୍କ ନିରବଚ୍ଛିନ୍ନ ସାଧନା ଓ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି ।