ବ୍ରହ୍ମପୁର : କରୋନା ଭୁତାଣୁ ସଂକ୍ରମିତ ଭୟରେ ଏବେ ମଣିଷ ପଣିଆ ହଜିଯାଇଛି । କେଉଁଠି କରୋନା ରୋଗୀଙ୍କୁ ଡାକ୍ତରଖାନା ଦେବା ଲାଗି ଆତ୍ମୀୟସଜନ ଚାହୁଁନାହାନ୍ତି ତ ଆଉ କେଉଁଠି ମୃତ ରୋଗୀଙ୍କ ସତ୍କାର ଲାଗି ପ୍ରିୟ ପରିଜନ ରାଜି ହେଉନାହାଁନ୍ତି । କରୋନା ଆଶଙ୍କାକରି ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ରୋଗୀକୁ ଡାକ୍ତରଖାନା ନେଉନାହାଁନ୍ତି । ଏପରି ଏକ ମାନବିକତା ଓ ଅଭାବନୀୟ ଘଟଣା ସୋମବାର ବ୍ରହ୍ମପୁରରେ ଘଟିଥିଲା । ଯାହାକି ସଭ୍ୟ ସମାଜ ପାଇଁ ଏକ କଳଙ୍କ ବୋଲି କୁହାଯାଉଛି । ଜଣେ ମଧୁମେହ ରୋଗୀ ଗୁରୁତର ଅବସ୍ଥାରେ ଘର ବାରଣ୍ଡାରେ ପଡିଥିବା ବେଳେ ଖବରପାଇ ଆମ୍ବୁଲାନ୍ସ ସେଠାରେ ପହଞ୍ôଚଥିଲେ ମଧ୍ୟ ଚାଳକ କରୋନା ଭୟରେ ଡାକ୍ତରଖାନା ନେବାକୁ ଅନିଚ୍ଛା ପ୍ରକାଶ କରିବାରୁ ଚିକିତ୍ସା ସୁବିଧା ନପାଇ ଜଣେ ଜ୍ୱରାକ୍ରାନ୍ତ ଯୁବକ ନିଜ ପରିବାର ଆଗରେ ଛଟପଟ ହୋଇ ପ୍ରାଣ ହରାଇଥିଲା । ସ୍ଥାନୀୟ ପୁରୁଣା ବ୍ରହ୍ମପୁର ଅନ୍ତର୍ଗତ ପ୍ରହଲ୍ଳାଦ ନଗରର ମନୋଜ କୁମାର ପ୍ରହରାଜ ଜଣେ ମଧୁମେହ ରୋଗୀ । ଗତ କିଛିଦିନତଳେ ଜ୍ୱର ଓ ଥଣ୍ଡା ହୋଇଥିଲା । ସୋମବାର ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଡାକି ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବାପାଇଁ ପରିବାର ଲୋକେ ଚାହିଁଥିବା ବେଳେ ୧୦୮ ଚାଳକ କରୋନା ହୋଇଥିବା ଭୟକରି ତାଙ୍କୁ ନେବାପାଇଁ ମନା କରିଥିଲେ । ଫଳରେ ମୃତ ମନୋଜଙ୍କ ୮ବର୍ଷର ପୁଅ ଡ୍ରାଇଭରକୁ ହାତଯୋଡି କାକୁତି ମିନତି ହୋଇଥିଲେ ମଧ୍ୟ ତାଙ୍କୁ ଡ୍ରାଇଭରଜଣକ ମନା କରିଥିଲେ । ଇତି ମଧ୍ୟରେ ମୃତ ସହ ସଂଗ୍ରାମ କରୁଥିବା ମନୋଜ ନିଜ ପରିବାର ସମ୍ମୁଖରେ ହିଁ ଘର ଦାଣ୍ଡରେ ମୃତ୍ୟୁବରଣ କରିଥିଲେ । ଏହି ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଘଟଣାକୁ ନିନ୍ଦା କରିବା ସହ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ମଙ୍ଗଳବାର ଏହି ଖବରପାଇ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗର ମୃତ ମନୋଜଙ୍କ ଘରକୁ ଯାଇ ତାଙ୍କୁ ପରିବାରୀକ ସାକ୍ଷାତକରି ସମବେଦନା ଜଣାଇବା ସହ ଆଗକୁ ସେମାନଙ୍କ ପରିବାର ଚଳିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।
Related Stories
April 26, 2024