
-
ଥାନାରେ ଅଭିଯୋଗକାରୀଙ୍କ ପାଇଁ ଖୋଲିବ ରିସେପସନ୍
-
ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ ରହିବ କଂଟ୍ରୋଲ ରୁମ୍
ଭୁବନେଶ୍ୱର – କରୋନା ସମୟରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଥାନା ଗୁଡିକ ଲାଗି ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ଜାରି କରିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ।
ଗାଇଡ୍ ଲାଇନ୍ ଅନୁଯାୟୀ ଲୋକଙ୍କ ଅଭିଯୋଗ ଶୁଣିବାପାଇଁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ କଂଟ୍ରୋଲ ରୁମ୍ ରହିବ । ଟ୍ୱିଟର ଓ ଫେସବୁକ୍ ଭଳି ସୋସିଆଲ ମିଡିଆରେ କେଂଟ୍ରାଲ ରୁମ୍ ନଂ ଓ ଥାନା ଗୁଡିକର ଲ୍ୟାଣ୍ଡ ଲାଇନ୍ ନମ୍ବର ଦିଆଯିବ । ଥାନାକୁ ନଆସି ଫୋନ୍ କିମ୍ବା ଇମେଲ୍ ମାଧ୍ୟମରେ ଅଭିଯୋଗ ଦାଖଲ କରିବାକୁୁ ଡିପିଜି ଅଭୟ ପରାମର୍ଶ ଦେଇଛନ୍ତି । ସେହିପରି ଥାନାକୁ ଫୋନ୍ ମାଧ୍ୟମରେ ଆସୁଥିବା ଅଭିଯୋଗ ଗୁଡିକୁ ଏସପି ଓ ଡିଏସପି ତଦାରଖ କରିବେ । ଲୋକଙ୍କ ଆପତି ଅଭିଯୋଗ ଶୁଣିବାପାଇଁ ପ୍ରତି ଥାନାରେ ମୁଖ କୋଠା ଠାରୁ କିଛି ଦୂରରେ ଏକ ରିସେପ୍ସନ୍ ରହିବ । ଏହି ରିସେପସନ୍ ଅଂଚଳକୁ ନିୟମିତ ସାନିଟାଇଜ୍ କରାଯିବ । ରିସେପସନ୍ ପାଇଁ ସ୍ଥାନ ନଥିଲେ ଟେଂଟ ଲଗାଯିବ ।
ଅନ୍ୟପକ୍ଷରେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବାକୁ ଓ ହାତ ଧୋଇବାକୁ କୁହାଯିବ । ଡିଆଇଜି, ଏସପି ଓ ଡିଏସପିଙ୍କ ଅଫିସ୍ ଗେଟ୍ ନିକଟରେ ଫୋନ୍ ନମ୍ବର ଗୁଡିକ ଡିସପ୍ଲେ କରାଯିବ । ଏଥିସହ ସେଠାରେ ଏକ ଅଭିଯୋଗ ବାକ୍ସ ରଖାଯିବ ବୋଲି ଡିଜିପି ଅଭୟ ସୂଚନା ଦେଇଛନ୍ତି ।