ଚିକିଟି : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ରତ୍ନେସ୍ୱରି ପୀଠ ରେ ଆଜି ଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା । ଏଥି ପାଇଁ ମନ୍ଦିର ଚଳଚଂଚଳ ହୋଇ ଉଠିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନବରାତ୍ର ପୂଜା ପାଇଁ ପ୍ରସ୍ତୁତି ହୋଇଛି । ସକାଳେ ମା’ଙ୍କ ମାର୍ଜଣା ଓ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ମା’ଙ୍କୁ ବେଶରେ ଭୂଷିତ କରାଯାଇଥିଲା । ଷୋଡ଼ଶ ଉପଚାର ପୂଜା କରା ଯାଇ ଥିଲା। ଚିକିଟି ବ୍ଲକର ନୂଆଁଗା ଠାରେ ବିଜେ । ମା’ଙ୍କ ଉପରେ ଗଞ୍ଜାମ ଜିଲ୍ଲା ବହୁ ଲୋକଙ୍କ ବିଶ୍ୱାସ ଓ ଭକ୍ତି ରହିଛି । ପ୍ରତ୍ୟକ କୋଣ ଅନୁକୋଣ ରୁ ପ୍ରତ୍ୟେହ ମଙ୍ଗଳବାର , ସଂକ୍ରାନ୍ତି ଓ ଚୈତ୍ରମାସ ସମେତ ଏହି ଆଶ୍ୱିନ ମାସରେ ନବରାତ୍ର ପୂଜା ଦର୍ଶନ ପାଈଁ ଆସିଥାନ୍ତି ଏଠାକାର ନବ ରାତ୍ର ପୁଜା ମହାସମାରୋହରେ ଅନୁଷ୍ଠିତ ହୋଇଥାଏ । ମା’ଙ୍କ ନିକଟରେ ଭକ୍ତମାନେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିଥାନ୍ତି । ଏହା ସହ ହୋମ, ଯଜ୍ଞ, ଚଣ୍ଡିପାଠ ଆଦି ପୂଜାର୍ଚ୍ଚନା କରା ଯାଇ ଥିଲା ।
ଏହି ପୂଜା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।ପ୍ରାକୃତିକ ଶୋଭାରାଶି ମଧ୍ୟରେ ବିମଣ୍ଡିତ ମା’ ରତ୍ନେସ୍ୱରୀ ପୀଠକୁ ପ୍ରତ୍ୟହ ଭକ୍ତମାନେ ଆସୁଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଏହି ପୀଠର ଉନ୍ନତି ସକାଶେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ପରିଚାଳନା ରେ ତୁସାର କୁମାର ପ୍ରଧାନ ସହ ଯୋଗ କରି ଥିବା ବେଳ କେ ନୂଆଗାଁ ଥାନା ଅଧିକାରୀ ମାଧବା ନନ୍ଦ ନାୟକ ସମସ୍ତ ଭକ୍ତ ମାନଙ୍କୁ ଶାନ୍ତି ଶୃଙ୍ଖଳା ପାଈଁ ଅନୁରୋଧ କରି ଛନ୍ତି।