କୋରେଇ– ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ ଜିଲ୍ଳ୍ା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ରଞ୍ଜନ କୁମାର ଦାସ ଜିଲ୍ଳ୍ାରେ ଥିବା ସମସ୍ତ ଚିକିତ୍ସାଳୟ ଗୁଡିକରେ ରୋଗୀ ମାନଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ପୂର୍ବ ଅପେକ୍ଷା ବର୍ତମାନ ଡାକ୍ତରଖାନା ଗୁଡିକର ଭିତିଭୂମି ସୁଦୃଢ଼ ହେବା ସହ ବିଭିନ୍ନ ପରୀକ୍ଷା ନୀରିକ୍ଷା, ନିରାମୟରେ ମାଗଣାରେ ଔଷଧ ଇତ୍ୟାଦି ପ୍ରଦାନ କରାଯାଉଛି । ତେଣୁ ଏହାକୁ ସୁଚାରୁ ରୂପେ ପରିଚାଳନା କରିବା ସହ ଆସୁଥିବା ରୋଗୀ ମାନଙ୍କୁ ସଠିକ୍ ଚିକିତ୍ସା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ । ବିସ୍ତୃତ ଆଲୋଚନା ପରେ ଜିଲ୍ଳ୍ା ମୁଖ୍ୟ ଚିକିତ୍ସାଳୟର ଉନ୍ନୟନ ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରାଗଲା । ଜିଲ୍ଳ୍ା ମୁଖ୍ୟ ଚିକିତ୍ସାଳୟରେ ୮ ଗୋଟି ଦେୟ ଯୁକ୍ତ କ୍ୟାବିନ ସଂପର୍କରେ ଆଲୋଚନା ହୋଇ କ୍ୟାବିନ ପିଛା ଏକ ହଜାର ଟଙ୍କାର ଦେୟ ଧାର୍ଯ୍ୟ ବ୍ୟବସ୍ଥା କରାଗଲା । ତେବେ ଏହାକୁ ୨୪ ଘଣ୍ଟିଆ ଉନ୍ନତ ସେବା ଯୋଗାଣର ବ୍ୟବସ୍ଥା କରାଯିବା ପାଇଁ ସ୍ଥିର ହେଲା । ମୁଖ୍ୟ ଚିକିତ୍ସାଳୟ ପରିସରରେ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସେହିପରି ୫ ଗୋଟି ୱାଟର କୁଲର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଛି । ଏମ୍.ସି.ଏଚ୍. ବିଲ୍ଡିଂରେ ଝରକା ମାନଙ୍କରେ ମଶା ପ୍ରତିରୋଧ ନେଟ୍ ଲଗାଯାଇଚ୍ଥି । ହସ୍ପିଟାଲ ପରିସରରୁ ଦୂଷିତ ଜଳ ନିଷ୍କାସନ ବ୍ୟବସ୍ଥା ହୋଇଚ୍ଥି । ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ପାଇଁ ଜୋତା ରଖା ଷ୍ଟାଣ୍ଡର ବ୍ୟବସ୍ଥା ହୋଇଚ୍ଥି । ଓ÷୍ୟଷଧୀୟ ବୃକ୍ଷ ମଧ୍ୟ ଲଗା ହୋଇଚ୍ଥି ।
ଅପର ପକ୍ଷରେ ବିଭିନ୍ନ ସୂଚନା ପାଇଁ ଡିଜିଟାଲ ଡିସପ୍ଳେ ବୋର୍ଡ ତୁରନ୍ତ ଲଗାଯିବା ପାଇଁ ପୂର୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଚ୍ଥି । ଅଗ୍ନିଶମ ବିଭାଗ ପକ୍ଷରୁ ନିୟମିତ ଅନୁଧ୍ୟାନ ସହ ଆବଶ୍ୟକୀୟ ଅଗ୍ନି ନିର୍ବାପକ ବ୍ୟବସ୍ଥା, ରୋଗୀ ସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସେବା ପ୍ରଦାନକାରୀ ମାନଙ୍କୁ ଡିଜିଟାଲ ବ୍ୟବସ୍ଥା ମଧ୍ୟରେ ଡାକରା, ଅନ୍ୟାନ୍ୟ ଆବଶ୍ୟକୀୟ ଆସବାବ ପତ୍ର କ୍ରୟ, ଜଣେ ରୋଗୀ ଓ ଜଣେ ଆଟେଣ୍ଡାଣ୍ଟ ବ୍ୟବସ୍ଥାର ତଦାରଖ ପାଇଁ ସୁରକ୍ଷା କର୍ମୀ ବ୍ୟବସ୍ଥା, ପ୍ରତ୍ୟେକ ୱାର୍ଡରେ ଡାକ୍ତର ଓ କର୍ମଚାରୀ ମାନଙ୍କର ନାମ ପଂଳକ ପ୍ରଦର୍ଶନ ବ୍ୟବସ୍ଥା, ଟିକଟ କାଉଣ୍ଟର, ଓପଡି ଇତ୍ୟାଦିରୁ ସାଉଣ୍ଡ ସିଷ୍ଟମ ମାଧ୍ୟମରେ ରୋଗୀ ମାନଙ୍କୁ ସୂଚନା ପ୍ରଦାନ ଓ ଡାକରା, ଡାକ୍ତର ଓ ସମସ୍ତ କର୍ମଚାରୀଙ୍କୁ ୟୁନିପଂର୍ମ ସହ ପରିଚୟ ପତ୍ର ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତି ହୋଇଥିଲା । ସେହିପରି ସ୍ଥାୟୀ ଭାବେ ବର୍ଜ୍ୟ ଜଳର ପରିଚାଳନା, ବର୍ଷା ଜଳ ଅମଳ ଓ ପରିଚାଳନା ଏବଂ ସୈାର ଶକ୍ତି ଉତ୍ପାଦନ ଓ ବିନିଯୋଗ ଭିତିକ ବ୍ୟବସ୍ଥା ମୁଖ୍ୟ ଚିକିତ୍ସାଳୟର ପ୍ରତ୍ୟେକ ନିର୍ମାଣ କାର୍ଯ୍ୟରେ ରଖିବାକୁ ଜିଲ୍ଳ୍ାପାଳ ନିର୍ଦ୍ଦେଶ ଦେଇଥିଲେ । ଶବାଗାର ପାଇଁ ବିଯୁକ୍ତ ୨୦ ଡିଗ୍ରୀ ଓ ପ୍ଳ୍ାଜମା ସଂରକ୍ଷଣ ପାଇଁ ବିଯୁକ୍ତ ୪୦ ଡିଗ୍ରୀର ଦୁଇଟି ପ୍ରିଂଜର କ୍ରୟ, ପରିବହନ ପାଇଁ ଦୁଇଟି ଟ୍ରଲି, ୬ଟି ହୁଇଲ ଚେୟାର କ୍ରୟ ପାଇଁ ନିଷ୍ପତି ନିଆଯାଇଥିଲା । ପ୍ରାରମ୍ଭରେ ଜିଲ୍ଳ୍ା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧାଂଶୁ ଶେଖର ବଳ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏ.ଡି.ଏମ୍.ଓ. ଡା. ଅନୁପ କୁମାର ନାଥଶର୍ମା ଏଜେଣ୍ଡା ଅନୁସାରେ ଆଲୋଚନାକୁ ଆଗେଇ ନେଇଥିଲେ ଓ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି ବୈଠକରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ରୋଗୀ କଲ୍ୟାଣ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଡା. ରାଜ କିଶୋର ପଣ୍ଡା, ଡା. କାର୍ତିକ ଚନ୍ଦ୍ର ରାଉତଙ୍କ ସହ ଅନ୍ୟାନ୍ୟ ଡାକ୍ତର ଓ ସଦସ୍ୟ ମାନେ ଯୋଗ ଦେଇଥିଲେ ।