କୋରେଇ– ଯାଜପୁର ଜିଲ୍ଲା କୋରେଇ ବ୍ଲକ ମୁକୁନ୍ଦପୁର ଗ୍ରାମପଚାଂୟତରେ ଚାଲିଥିବା ବେଆଇନ ବାଲି ଚାଲାକୁ ବିରୋଧ କରି ଆଜି ମୁକୁନ୍ଦପୁର ଗ୍ରାମରେ କିଛି ଗ୍ରାମବାସୀ ବାଲି ଖାନକୁ ବାଲି ଲୋଡ ପାଇଁ ଯାଇଥିବା ଟ୍ରକ୍ ଗୁଡିକୁ ଅଟକାଇବା ସହ ଗ୍ରାମବାସୀଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଘଟଣାସ୍ଥଳରେ ଚାପା ଉତେଜନା ଦେଖା ଯାଇଥିଲେହେଁ କୋରେଇ ପୁଲିସ ଘଟଣାସ୍ଥଳରେ ନପହଂଚିବାକୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି । ବ୍ୟାସନଗର ତହସିଲଦାର ଗତ ୨ା୬ ।୨୦୨୦ ରିଖରେ ପତ୍ର ସଂଖ୍ୟା ୨୫୫୪,୨୫୫୬ ଓ୨୫୫୫ରିଖରେ ଦେବେନ୍ଦ୍ର ଘଡାଇ, ସାଆଁଳ , ମିତମ୍ବିନୀ ମିଶ୍ର ମୁକୁନ୍ଦପୁର ଓ ବାସୁଦେବ ପରିଡାଙ୍କୁ ନୋଟସ୍ କରି ମୁକୁନ୍ଦପୁର ସମେତ ସମସ୍ତ ବେଆଇନ ବାଲି ଘାଟକୁ ବନ୍ଦ କରି ଦେଇଥିବା ବେଳେ ଆଜି ଠାରୁ ଲିଜଧାରୀ ମାନେ ଯୋର ଜବରଦସ୍ତ ବାଲି ଉଠାଇବା ଦେଖି ଗ୍ରାମର କେତେକ ଲୋକେ ଏହାର ପ୍ରତିବାଦ କରିଥିଲେ । ସରକାରୀ ନିୟମ ଅନୁଯାଇ ବାଲି ଉତୋଳନ କରିବାକୁ ଅଡି ବସି ରୋଡ ମ୍ୟାପ ଅନୁଯାଇ ଗାଡି ଚଳାଇବାକୁ ଦାବି କରିଥିଲେ । ଏପରିକି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ରାସ୍ତାରୋକ କରିବା ପାଇଁ ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି । ସରକାରୀ ନିର୍ଦ୍ଦେଶକୁ ଅବଜ୍ଞା କରି ତଳିଆ କର୍ମଚାରୀଙ୍କୁ ହାତ ଗୁଞ୍ଜା ଦେଇ ଏପରି ବେନିୟମ କାର୍ଯ୍ୟ କରୁଥିବା ନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳ, ତହସିଲଦାର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପତ୍ର ମାଧ୍ୟମରେ ଅଭିଯୋଗ କରିବା ସହ ଗଣମାଧ୍ୟମ ନିକଟରେ ପ୍ରଶାସନକୁ ପ୍ରେରଣ କରିଥିବା ପତ୍ରର ନକଲ ପ୍ରଦାନ କରିଛନ୍ତି ।
ସୂଚନା ଯୋଗ୍ୟ, ମୁକୁନ୍ଦପୁର ବୈତରଣୀ ବାଲି ଘାଟ ଖାତା ନଂ ୧୦୩୧ ପ୍ଲଟ୍ ନଂ-୧୫ରୁ ବାଲି ଲୋଡ୍ କରିବାକୁ ସରକାରଙ୍କ ନିକଟରେ ଲିଜଧାରୀ ମିତମ୍ବିନୀ ମିଶ୍ର ଚୁକ୍ତି କରିଥିବାବେଳେ ଖାତା ନଂ ୧୦୩୧ ପ୍ଲଟ୍ ନଂ-୧୪ରୁ ବେଆଇନ୍ ଭାବେ ମେସିନ ସାହାଯ୍ୟରେ ବାଲି ଉତୋଳନ କରାଯାଇଛି । ପ୍ରଶାସନ ମାନୁଆଲ ବାଲି ଉତୋଳନ କରିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିବା ବେଳେ ବେଆଇନ ଭାବେ ବାଲି ଉତୋଳନ କରି ସରକାରଙ୍କ ଆର ଫର୍ମ ନଦେଇ ସରକାରଙ୍କ ରାଜସ୍ୱ ହରିଲୁଟ କରିବା ଦେଖାଯାଇଛି । ବ୍ୟାସନଗର ତହସିଲଦାର ଲିଜ୍ ଧାରୀ ମାନଙ୍କୁ ପ୍ରତି ଟ୍ରକରେ ୬ ଘନମିଟର ବାଲି ପରିବହନ କରିବା ସହ ବର୍ଷକୁ ୧୦୦୦ ସିଏମ ବାଲି ଉଠାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ଦିନକୁ ମେସିନ ସାହାଯ୍ୟରେ ବେନିୟମ ଭାବେ ହଜାର ହଜାର ସିଏମ ବାଲି ଚୋରା ଚାଲଣ ହେଉଥିବା ଦେଖିବାକୁ ମିଳିଛି । ସୂର୍ଯ୍ୟାସ୍ତ ପରେ ଓ ସୂଯ୍ୟ ଉଦୟ ପୂର୍ବରୁ ବାଲି ପରିବହନ ହୋଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିୟମ କରିଥିବା ବେଳେ ବାଲି ବେପାରୀ ମାନେ ୨୪ ଘଂଟା ଗାଡି ଚଳାଚଳ କରାଇ ଉକ୍ତ ନିୟମକୁ ଖୋଲା ଖୋଲି ଉଲ୍ଲଙ୍ଘନ କରିବା ଦେଖିବାକୁ ମିଳିଛି । ବାଲି ପରିବହନ ହେବା ଫଳରେ ରାସ୍ତା ଘାଟଗୁଡିକ ନଷ୍ଟ ନହେବା ପାଇଁ ବା ରାସ୍ତା ତିଆରି କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଚୁକ୍ତି କରିଥିଲେହେଁ ରାସ୍ତା ଘାଟ ଗୁଡିକୁ ଖାଲଖମା କରି ଯାତାୟତ କରୁଥିବା ଲୋକ ମାନଙ୍କର ଧନ ଜୀବନ ହାନି କରୁଥିବା ପୁଲିସ ରେକର୍ଡରୁ ଜଣାପଡିଛି । ପ୍ରଶାସନିକ ଅଧିକାରୀ ମାନେ ଜାଣଶୁଣି ବାଲି ଲିଜ୍ ଧାରୀ ମାନଙ୍କୁ ବେଆଇନ୍ ସାହଯ୍ୟ କରି ଦୈନଦିନ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି କରିବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ।
ସ୍ଥାନୀୟ ପୁଲିସ ପକ୍ଷରୁ ବୈତରଣୀ ରୋଡ ସମେତ ସଠିପୁର ବଜାରରେ ଟ୍ରାଫିକ୍ ସମସ୍ୟା ପାଇଁ ବାଲି ଗାଡି ଗୁଡିକୁ ସନ୍ଧ୍ୟା ୫ଟା ପରେ ନୋଏଂଟ୍ରି ନିୟମ କରିଥିବାବେଳେ ତାକୁ ଗାଡି ଚାଳକ ମାନେ ନମାନି ଗାଡି ଚଳାଚଳ କରିବା ଦ୍ୱାରା ଦୁଇଟି ବଜାରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ରାସ୍ତା ଦୁର୍ଘଟଣା ବୃଦ୍ଧି ପାଇବା ପୁଲିସ ରେକର୍ଡରୁ ଜଣାପଡିଛି । ସରକାରୀ ଅଧିକାରୀ ମାନେ ଲିଜ୍ ଧାରୀ ମାନଙ୍କ ଉପରେ କଟକଣା ଜାରି ନକରିବା ଫଳରେ ଆଗାମି ଦିନରେ ଏହାକୁ ନେଇ ମୁକୁନ୍ଦପୁର ବାସିନ୍ଦା ମାନେ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ଜିଲ୍ଲାପାଳଙ୍କୁ ଶତାଧିକ ଜନସାଧାରଣ ଅଭିଯୋଗ କରିଛନ୍ତି ।