
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ପୁରୀ କାଳୀକା ଦେବୀ ସାହିରେ ୧୫୦୦ ବ୍ୟକ୍ତିଙ୍କ ନିମନ୍ତେ ୨୫୦ ପରିବାରର ମୁଖ୍ୟ ମାନଙ୍କୁ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ପୁରୀ ତରଫରୁ କରୋନା ପ୍ରତିରୋଧ ଶକ୍ତି ବର୍ଦ୍ଧକ ହୋମିଓପାଥି ଔଷଧ ଆର୍ସେନିକ ଆଲବମ ୩୦ ନିଶୁଳ୍କ ବିତରଣ କରାଯାଇଅଛି । ଡାକ୍ତର ପଞ୍ଚାନନ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ରେ ଏହି ଶିବିରକୁ ଭବାନୀ ଶଙ୍କର ରଥ,ଆଇନଜୀବୀ ଲାଲା ଅନନ୍ତ କୁମାର ସିଂହ , ସୈାମେନ୍ଦ୍ର ଦାସ, ଗୈାରାଙ୍ଗ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଆଦି ପରିଚାଳନା କରିଥିଲେ । ସଂଯୋଜନା କରିଥିଲେ ଜଗଦୀଶ ଆଚାର୍ଯ୍ୟ ।