ଘଟଗାଁ– କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକରେ ପ୍ରଥମ ଥର ପାଇଁ ୫ ଜଣ ଲୋକାଲ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଷ୍ଠୀ ସଂକ୍ରମଣ ସମ୍ଭାବ୍ୟ ସ୍ଥିତି ପରଖିବା ପାଇଁ କିଛି ଦିନ ତଳେ କେନ୍ଦୁଆପଡା ଗ୍ରାମ ଓ ବଜାରର ଦୋକାନୀ ମାନଙ୍କୁ ମିଶାଇ ୧୩୦ ଜଣଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ବ୍ୟବସାୟୀ ଓ ପୂର୍ବରୁ ଆକ୍ରାନ୍ତ ଥିବା ଜଣେ ଯୁବକଙ୍କ ବାପା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସେମାନେ କାହା ସଂସ୍ପର୍ଶରେ ଆସିଥିଲେ ତାହା ଅନୁଧ୍ୟାନ କରାଯାଉଛି । ଏଥିପାଇଁ ୩୧ ତାରିଖ ପର୍ଯ୍ୟନ୍ତ ଘଟଗାଁ ବଜାରକୁ ସଟଡାଉନ କରାଯାଇଛି । ଲୋକାଲ ପଜେଟିଭ ଚିହ୍ନଟ ହେବା ପରେ ପୋଲିସ ପକ୍ଷରୁ ଚେକିଂକୁ ମଧ୍ୟ କଡାକଡି କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଯଥା ଗ୍ରୋସରୀ, ଫଳ, କ୍ଷିର, ପନିପରିବା ଆଦି ଦୋକାନ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ଅନ୍ୟ ସମସ୍ତ ଦୋକାନ ବନ୍ଦ କରାଯାଇଛି । ଅନ୍ୟପଟେ ଔଷଧ ଦୋକାନ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦୋକାନ ଓ କ୍ଲିନିକ ଇତ୍ୟାଦି ଖୋଲା ରହିବ ବୋଲି ସୂଚନା ମିଳିଛି । ପ୍ରଥମ ଥର ପାଇଁ ଲୋକାଲ ପଜେଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
Related Stories
November 25, 2024