

କରୋନା ଦିନକୁ ଦିନ ରାଜ୍ୟରେ କାୟା ବିସ୍ତାର କରି ଚାଲିଛି । ତାକୁ ଦୃଷ୍ଟିରେ ରଖି ସରକାର କୌଣସି ମନ୍ଦିର ମଠକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି । ଶ୍ରାବଣ ମାସରେ ପ୍ରତ୍ୟେକ ସୋମବାର ଦିନ କୋରାପୁଟ ଜିଲ୍ଲା ବାବା ଗୁପ୍ତେଶ୍ଵର ପୀଠରେ ଲକ୍ଷ ଲକ୍ଷ କାଉଡ଼ିଆଙ୍କୁ ଦେଖିବାକୁ ମିଳୁଥିଲା । ହେଲେ ଚଳିତ ବର୍ଷ କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ସରକାର ଏହା ଉପରେ ରୋକ୍ ଲଗାଇଛନ୍ତି । ତେଣୁ ଚଳିତ ବର୍ଷ ଗୁପ୍ତେଶ୍ଵର ପୀଠରେ କୌଣସି କାଉଡ଼ିଆଙ୍କୁ ଦେଖିବାକୁ ମିଳିନଥିଲା । ପ୍ରତିବର୍ଷ ଅଙ୍କା ବଙ୍କା ଜଙ୍ଗଲ ରାସ୍ତା କମ୍ପି ଉଠୁଥିଲା ବୋଲ ବମ୍ ଧ୍ଵନିରେ । ଗୁପ୍ତେଶ୍ଵର ପୀଠରେ ଜଳାଭିଷେକ ପାଇଁ ଲମ୍ବା ଲାଇନ୍ ଲାଗୁଥିଲା । ଭକ୍ତ ମାନେ ନିଜ ନିଜ କାନ୍ଧରେ କାଉଡି ଧରି ଦୀର୍ଘ ସମୟ ଅପେକ୍ଷା କରୁଥିଲେ । ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଭକ୍ତ ସମାଗମ ହେଉଥିଲା । ଆନ୍ଧ୍ର ପ୍ରଦେଶ ତଥା ପଡୋଶୀ ରାଜ୍ୟ ଛତିଶଗଡ଼ରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଭକ୍ତ ଜଳ ଲାଗି ପାଇଁ ଆସୁଥିଲେ । ହେଲେ ଚଳିତ ବର୍ଷ ଖାଁ ଖାଁ ଦେଖିବାକୁ ମିଳିଛି । କରୋନା ମହାମାରୀ ଚଳିତ ବର୍ଷ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛି । ମନ୍ଦିର ମୁଖ୍ୟ ପୂଜକ ଏବଂ ସହାୟକ ନୀତିକାନ୍ତି କରୁଥିବା କହିଛନ୍ତି ଏବଂ ପୂଜକଙ୍କ ଜୀବିକାରେ ମଧ୍ୟ ବାଧା ସୃଷ୍ଟି ହୋଇଥିବା କହିଛନ୍ତି ମୁଖ୍ୟ ପୂଜକ।
କୋରାପୁଟ ଜିଲ୍ଲା ଗୁପ୍ତେଶ୍ଵରରେ ପ୍ରତିବର୍ଷ ଶ୍ରାବଣ ମାସରେ ଲକ୍ଷ ଲକ୍ଷ କାଉଡ଼ିଆଙ୍କ ସମାଗମ ହେଉଥିଲା । ହେଲେ ସେହି ସ୍ଥାନରେ ଉଠା ଦୋକାନ ହେଉ କିମ୍ବା ଜଳଖିଆ ଦୋକାନ ସମସ୍ତ ବେପାରୀ କିଛି କିଛି ଟଙ୍କା ରୋଜଗାର କରୁଥିଲେ। ଶ୍ରାବଣ ମାସରେ ଵ୍ୟଵସାୟୀ ଭକ୍ତଙ୍କ ଆଗମନକୁ ଅନାଇ ବସୁଥିଲେ ହେଲେ ଚଳିତ ବର୍ଷ କରୋନା କୋଟକଣା ଯୋଗୁଁ ଭକ୍ତ ଶୂନ୍ୟ ହୋଇପଡିଛି ଗୁପ୍ତେଶ୍ଵର ପୀଠ । ଫଳରେ ଵ୍ୟଵସାୟୀ ଏବେ ଚିନ୍ତାରେ। ଚାରି ମାସ ହେବଣି ମନ୍ଦିର ମଠ ବନ୍ଦ ଥିବା ଯୋଗୁଁ ଦୋକାନୀଙ୍କ ଜୀବନ ଜୀବିକା ସଙ୍କଟ ଦେଇ ଗତି କରୁଥିବା କହିଛନ୍ତି । ଏପରି ସ୍ଥିତିରେ କେବେ କରୋନା ହଟିବ ଭକ୍ତ ଦର୍ଶନ ପାରବେ ତାହା ସମୟ କହିବ ।