
ସମ୍ବଲପୁର୨୬/୭: ବିଶିଷ୍ଟ ଗାନ୍ଧୀବାଦୀ ନେତା,ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମ୍ଭାରଙ୍କ ଦେହାନ୍ତରେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଗଭୀର ଶୋକ ପ୍ରକାଶ କରିଛନ୍ତି l ଶ୍ରୀ କୁମ୍ଭାର ଜଣେ ଗାନ୍ଧୀବାଦୀ ନେତା ଥିଲେ l ସ୍ୱର୍ଗତ ଅଭିମନ୍ୟୁ କୁମ୍ଭାରଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଲା | ଜଣେ ବର୍ଷିଆନ ଗାନ୍ଧୀବାଦୀ ନେତା ଭାବେ ଜାତିର ଜନକ ମହାତ୍ମା ଗାନ୍ଧୀଜୀଙ୍କ ସୃତିରେ ସେ ଭାରତର ପ୍ରଥମ ଗାନ୍ଧୀ ମନ୍ଦିର ନିର୍ମାଣ କରିଥିଲେ ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା | ଏଥିପାଇଁ ସ୍ୱର୍ଗତ ଅଭିମନ୍ୟୁ କୁମ୍ଭାର ସବୁ ଦିନ ପାଇଁ ମନେ ରହିବେ ବୋଲି ଡା. ରାସେଶ୍ୱରୀ ପାଣିଗ୍ରାହୀ ତାଙ୍କ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି l ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ବିକାଶର ମୂଳଦୁଆ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ପ୍ରକାଶ କରିବା ସହ ଡା. ପାଣିଗ୍ରାହୀ ଆଜି ଭତରା ସ୍ଥିତ ବାସଭବନରେ ପହଂଚି ତାଙ୍କ ଶେଷ ଦର୍ଶନ କରିଥିଲେ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ ।