ଭଦ୍ରକ – ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି ଜିଲ୍ଲାର ବିଭିନ୍ନ କୋବିଡ କେୟାର ସେର, ଟିଏମ୍ସି ଓ ଜିଲ୍ଲା କୋବିଡ ହସ୍ପିଟାଲ ପରିଦର୍ଶନ କରି ଅନ୍ତେବାସୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ବିଶେଷ ଭାବେ ଜିଲ୍ଲା କୋବିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଆକ୍ରାନ୍ତଙ୍କ ଖାଦ୍ୟପେୟ ସଂପର୍କରେ ପଚାରି ବୁଝିବା ସହିତ ସେମାନଙ୍କ ପାଇଁ ଉଦ୍ଧିଷ୍ଟ ରନ୍ଧାଖାଦ୍ୟକୁ ମଧ୍ଯ ଦେଖôଥିଲେ। ଜିଲ୍ଲାପାଳ ଡ. ଦାସ ଓଲଙ୍ଗ ସ୍ଥିତ କୋବିଡ କେୟାର ସେରକୁ ଯାଇ ସେଠାକାର ପରିବେଶ ଦେଖô ବେଶ୍ ସନ୍ତୋଷ ପ୍ରକଟ କରିଥିଲେ। ଧାମନଗର ଦୋବଲ ମୁସ୍ଲିମ୍ସାହିର ଜଣେ ସଂଖ୍ୟାଲଘୁ ଅଙ୍ଗନଓ୍ବାଡି କର୍ମୀ ସକିଲା ବେଗମ ଓ ତାଙ୍କ ପରିବାର ସଦସ୍ୟ ମାସ୍କ ତିଆରି କରି ଗରିବ ଲୋକଙ୍କୁ ମାଗଣାରେ ବନ କରୁଥିବା ନେଇ ସନ୍ତୋଷ ପ୍ରକଟ କରିଥିଲେ । ଜିଲ୍ଲାପାଳ ଡ. ଦାସ ଜିଲ୍ଲାର ସମସ୍ତ ଟିଏମସି, କୋବିଡ କେୟାର ସେରରେ ରହୁଥିବା ଅନ୍ତେବାସୀମାନଙ୍କର େଯପରି କୌଣସି ଅସୁବିଧା ନ ହେଉ, ସେ ନେଇ ନୋଡାଲ ଅଫିସରମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ସହିତ ଅତିରକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜନସ୍ବାସ୍ଥ୍ୟ, ସରପ, ବିଡିଓ ମଧ୍ଯ ସାମିଲ ହୋଇଥିଲେ।