ଭଦ୍ରକ– ଭଦ୍ରକ ରେଲ୍େଓ୍ବ ଷ୍ଟେସନରୁ ସୋସାଇଟି ଫର୍ ଉଇକର କମୁ୍ୟନିଟି (ଆସିଆନା) ର କର୍ମକର୍ାଙ୍କ ଦ୍ବାରା ୭ ଜଣ ଯୁବତୀ ଉଦ୍ଧାର ହୋଇଛନ୍ତି। ପ୍ରକାଶ ଥାଉକି କୌଣସି ଏକ ଅଜଣା ସୂତ୍ରରୁ ଆସିଆନା ସଂପାଦିକା ସୋଫିଆ ସେଖ୍ଙ୍କ ପାଖକୁ ଖବର ଆସିଲା େଯ କିଛି ଯୁବତୀ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି। ସଂପାଦିକାଙ୍କ ନିଦ୍ର୍ଧେଶରେ ଆସିଆନା ସଂେଯାଜକ ରିଆଜ ଅହେମ୍ମଦଙ୍କ ନେତୃତ୍ବରେ ଏକ ୪ ଜଣିଆ ଟିମ୍ ରେଲ୍େଓ୍ବ ଷ୍ଟେସନରେ ପହô ଜିଆରପି ପୁଲିସ୍ ସହେଯାଗରେ ଯୁବତୀମାନଙ୍କୁ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ଆସିଆନା ପରାମର୍ଶଦାତ୍ରୀ ଅନିମା ପଣ୍ଡାଙ୍କ କାଉନ୍ସେଲିଂରେ ଜଣାଗଲା େଯ ସୋମନେ ଆନ୍ଧ୍ରପ୍ରଦେଶର ଦେବୀ ଚିଙ୍ଗୁଡି କଂପାନୀକୁ କାମ କରିବାକୁ ଯାଉଥିଲେ। ଏଥିମଧ୍ଯରୁ ୫ ଜଣ ଆଗରୁ ସେଠାରେ କାମ କରୁଥିବା ବେଳେ ଅନ୍ୟ ୨ ଜଣ ନୂତନ ଭାବେ କାମରେ େଯାଗ ଦେବାକୁ ଯାଉଥିଲେ। ଏମାନଙ୍କ ମଧ୍ଯରୁ ୪ ଜଣ ଖଇରା ଥାନା ଅନ୍ତର୍ଭୁକ୍ତ ଥିବାବେଳେ ଅନ୍ୟ ୩ ଜଣ ଔପଦା, ସିମୁଳିଆ ଓ ଆଗରପଡା ଥାନା ଅଂଚଳରେ ଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ମେହରୁନ୍ ନିଶା , ରମାକାନ୍ତ େଯନା, ଶାନ୍ତିଲତା ସ୍ବାଇଁ ଓ ବିକାଶ ରାଉତ ପ୍ରମୁଖ ସହେଯାଗ କରିଥିଲେ।