ଭଦ୍ରକ– ଏହି ଜିଲାକୁ କରୋନା ମହାମାରୀ ଧୀରେ ଧୀରେ ଆକ୍ରମଣ କରିବାରେ ଲାଗିଛି। ଏହାକୁ ମୁକାବିଲା କରିବା ପାଇଁ ମଧ୍ଯ ସରକାରୀ ଓ ବେସରକାରୀ, ସ୍ବେଚ୍ଛାସେବୀଅନୁଷ୍ଠାନ ମାନ ମଧ୍ଯ ଲାଗିପଡିଛନ୍ତି। ଏପରି ସ୍ଥଳେ ଜଣେ ମହିଳା ବି ଏହାକୁ ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି। ଭଦ୍ରକ ଜିଲାର ଧାମନଗର ବ୍ଲକ୍ ଦୋବଲ ପଂଚାୟତର ଜଣେ ମହିଳା ହେଲେ ସକିଲା ବେଗମ୍। ଦୋବଲର ମୁସ୍ଲିମ୍ ବସ୍ତି, ମିନି ଅଙ୍ଗନଓ୍ବାଡିର ସେ ଜଣେ କର୍ମୀ ଅଟନ୍ତି। ସରକାରଙ୍କ ନିଦ୍ର୍ଧେଶରେ ଲୋକଙ୍କ ଘର ଘର ବୁଲି ସଚେତନ କରାଇବା ସହ କରୋନାର ମୁକାବିଲା କରିବାକୁ ସେ ପରାମର୍ଶ ଦେଉଛନ୍ତି। ସରକାରୀ କାମ ବ୍ୟତୀତ ଗରିବ ଲୋକଙ୍କୁ ମାଗଣାରେ ମାକ୍ସ େଯାଗାଇ ଦେବାକୁ ଇଚ୍ଛା କଲେ ସେ। ଫଳରେ ସ୍ବଳ୍ପ ଦରମାକୁ ଖାତିର ନକରି ବଜାରରୁ କପଡା ଓ ରବର କିଣି ନିଜେ ମାସ୍କ ତିଆରି କରି ଗରିବ ଲୋକଙ୍କୁ ବାୁଛନ୍ତି ସେ। ଏହି ବିପି ସମୟରେ ଗରିବ ଲୋକଙ୍କୁ ଘର ଘର ନେଇ ମାସ୍କ ଦେବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି। ବେଗମ୍ଙ୍କ ଏପରି ସାମାଜିକ ସେବାକୁ ସାଧାରଣରେ ପ୍ରଶଂସା କରାଯାଇଛି। ଭଦ୍ରକ ଜିଲାପାଳ ଡ. ଜ୍ଞାନ ଦାସ ମଧ୍ଯ ଅଙ୍ଗନଓ୍ବାଡି କର୍ମୀଙ୍କ ଏହିପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି।