-
ମହାଯନ୍ତ୍ର ମାଧ୍ୟମରେ ଶିକ୍ଷାର୍ଥୀ ଙ୍କୁ ବ୍ରହ୍ମାସୂତ୍ର, ଶଙ୍କର ଭାସ, ଭାମତି ଟିକା ଜ୍ଞାନ ପ୍ରଦାନ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଆଜି ଦଇତାପତି ସେବାୟତ ମାନେ ଗୋବର୍ଦ୍ଧନ ପୀଠକୁ ଯାଇ ଜଗତଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଙ୍କୁ ଦେଖା କରି ମହାପ୍ରଭୁଙ୍କ ପ୍ରସାଦ ଦେଇଥିଲେ |ଏ ବର୍ଷ ର ଚତୁର୍ଧାମୂର୍ତ୍ତିଙ୍କର ରଥଯାତ୍ରା ନୀତି ନିୟମ ଅନୁସାରେ ଶୃଙ୍ଖଳା ପୂର୍ଵକ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତେ ମିଶି ଜଗତଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଧନ୍ୟବାଦ ଦେଇଥିଲେ |ଏବଂ କହିଥିଲେ ରଥଯାତ୍ରା କେବଳ ଆପଣଙ୍କ ପାଇଁ ସମ୍ଭବ ହୋଇ ପାରିଲା |ଜଗତଗୁରୁ ଶଙ୍କରଚାର୍ଯ୍ୟ କହିଲେ ରଥଯାତ୍ରା କେବଳ ମହାପ୍ରଭୁ ଙ୍କ ଲାଗି ସମ୍ଭବ ହୋଇଛି ମୁଁ ତ ନିମିତ୍ତ ମାତ୍ର |
ପ୍ରତି ବର୍ଷ ପରି ଭଳି ଚାତୁର୍ମାସ ରେ ଯେଉଁ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠତ ହୁଏ ତାହା କରୋନା ମହାମାରୀ ପାଇଁ ସମ୍ଭବ ହୋଇପାରିଲା ନାହିଁ |ସେ ବିଷୟରେ ଉତ୍ତର ଦେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଲେ ଏବେ ତ ଚାତୁର୍ମାସ ଆରମ୍ଭ ହୋଇଛି |ବିଦ୍ୟାର୍ଥୀ ମାନେ କରୋନା କଟକଣା ପାଇଁ ଆସିପାରିଲେ ନାହିଁ ଏବଂ ଆସିବା ମଧ୍ୟ ଅନୁଚିତ |ମହାଯନ୍ତ୍ର ମାଧ୍ୟମରେ ଆମର ଯେଉଁ ପ୍ରବଚନ ଜ୍ଞାନ ପଢ଼ାଯାଏ ତାହା ବିଶ୍ୱର 204 ଦେଶରେ ଏହାର ଲାଭ ଉଠାଇ ପାରୁଛନ୍ତି କିନ୍ତୁ କୋଭିଡ ଲାଗି ଭିଡ଼ ନ କରି ବ୍ୟକ୍ତି ମାନେ ମହାଯନ୍ତ୍ର ମାଧ୍ୟମରେ ଏହାର ଲାଭ ଉଠାଇ ପାରୁଛନ୍ତି |ମୁଁ ଦିନରେ ୨ ଥର ପଢ଼ାଏ ଓ ଥରେ ପ୍ରବଚନ ଦିଏ |ତାହା ଦିନ ୧0 ଟା ରୁ ୧୨ ଟା ଶଙ୍କର ଭାସ, ଆନନ୍ଦ ଗିରି ଟିକା ପଢ଼ାଏ |ସନ୍ଧ୍ୟା ୫. ୧୫ ମିନିଟ ରୁ ସନ୍ଧ୍ୟା ୬. ୩ 0 ମିନିଟ ପର୍ଯ୍ୟନ୍ତ ପ୍ରବଚନ ଶ୍ରୀମଦ ଭାଗବତ ଗୀତା ପାଠ ଏବଂ ରାତ୍ର ୮ ଟା ରୁ ୯ ଟା ସମୟ ପର୍ଯ୍ୟନ୍ତ ପଢ଼ାଏ ବ୍ରହ୍ମାସୂତ୍ର, ଶଙ୍କର ଭାସ, ଭାମତି ଟିକା ସହିତ ଅନେକ |ପାଖ ପାଖି ୧୨ -୧ ୩ ଟି ପ୍ରାନ୍ତରୁ ଶିକ୍ଷାର୍ଥୀ ଆସନ୍ତି କିନ୍ତୁ ଏ ବର୍ଷ ଲକ ଡାଉନ ପାଇଁ ଆସିପାରିଲେ ନାହିଁ |ବର୍ତମାନ ମୋତେ ୨ ମାସ ପଢ଼ାଇବା ପାଇଁ ସମୟ ମିଳୁଛି କିନ୍ତୁ ମୁଁ ପଢିବାରେ ୧ ୨ ମାସ ବିତାଇଦେଉଛି |ଏ ଚାତୁର୍ମାସ ରେ କରୋନା ନିୟମ କୁ ଉଲଂଘନ ନ କରି ମଠ, ମନ୍ଦିର ର ସମସ୍ତ ସାଧୁ, ସନ୍ଥ ମାନେ ଜପ ତପ କରନ୍ତୁ ଏବଂ ସମସ୍ତେ ସୁରକ୍ଷିତ ରୁହନ୍ତୁ| ଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ର ଏହି ଉପଦେଶ |