Related Stories
November 23, 2024
ବ୍ରହ୍ମପୁର: କରୋନା ମହାମାରି ସମୟରେ ସଫେଇ କର୍ମଚାରୀମାନେ କିଭଳି କାର୍ଯ୍ୟ କରିବେ ସେ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଏମସି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୦ ଦିନ ଯାଏ ଚାଲିବ । ସଫେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପାଇଁ ବିଏମସି ପକ୍ଷରୁ କୋର ଏନଜିଓକୁ ଦାୟୀତ୍ୱ ଦିଆଯାଇଛି । ଏନଜିଓ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ସହରର ସଫେଇ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦିଆଯିବ । ଏହା ଦ୍ୱାରା କର୍ମଚାରୀମାନେ କରୋନା ସମୟରେ କିଭଳି ସତର୍କତା ଅବଲମ୍ବନ କରିବେ, ଆବଜର୍ନାକୁ କିଭଳି ପରିଚାଳନା କରିବେ ତାହା ଜାଣିବାକୁ ପାଇବେ । ସୂଚନାଯୋଗ୍ୟ, କରୋନା ମହାମାରି ମୁକାବିଲାରେ ସଫେଇ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । ସହରର ୪୦ ୱାର୍ଡରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଏମସି ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହି ତାଲିମ ସେମାନଙ୍କୁ କରୋନା ମୁକାବିଲା ଦିଗରେ ଅଧିକ ଦକ୍ଷ କରିବ ବୋଲି କୁହାଯାଇଛି ।