
ଭଦ୍ରକ – କରୋନା ମହାମାରୀ ସାରା ପୃଥିବୀରେ ତାର କାୟା ବିସ୍ତାର କରିଚାଲିଛି। ସେଥିରୁ ଆମ ଦେଶ ଭାରତ କୁହନ୍ତୁ କିମ୍ବା ଆମ ରାଜ୍ୟ ଓଡ଼ିଶା ବାଦ୍ ପଡିନାହó। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ସଟଡାଉନ୍, ଲକଡାଉନ୍ ଓ କର୍ଫୁ୍ୟ ମଧ୍ଯ କରାଯାଇଅଛି। ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ୩୬ ଘିଆ ସଟଡାଉନ୍ କରାଯାଇଥିଲା। ଏହି ସଟଡାଉନ୍ ସମୟରେ ଜରୁରୀ କାଳୀନ ସେବା ଜାରି ରହିବ ବୋଲି ପୌର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ଜବର ଦଖଲ ଉଚ୍ଛେଦ ସମୟରେ ବଜାରେ ଲୋକମାନଙ୍କର ଭିଡ ଲାଗି ରହିଥିଲା। ଏ ସଂପର୍କରେ ଆମ ପ୍ରତିନିଧି ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ େଯାଗାେଯାଗ କରିଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିଲେ।