
ଭୁବନେଶ୍ୱର – ଅକ୍ଟୋବର ୨ ତାରିଖ ଠାରୁ ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହେବ । କଟକର ଗାନ୍ଧୀ ସ୍ମୃତି ପୀଠରୁ ଏହା ଆରମ୍ଭ ହେବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ । ଏଥିରେ ବିଜେପିର ବିଧାୟକ, ସାଂସଦ ଙ୍କ ସମେତ ଚଳିତ ନିର୍ବାଚନରେ ପରାଜିତ ହୋଇଥିବା ଦଳୀୟ ପ୍ରାର୍ଥୀ ଓ ଅନ୍ୟ ନେତା ମାନେ ଯୋଗ ଦେବେ । ପ୍ରତି ଦିନ ଦଶ କିମି ହିସାବରେ ୧୫୦ କିମି ପଦଯାତ୍ରା କରିବେ । ପଦଯାତ୍ରା ସମୟରେ ଗାନ୍ଧୀଙ୍କ ବିଚାର ଓ ସରକାରଙ୍କ ୧୦୦ ଦିନ ଶାସନରେ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସୂଚନା ଦେବେ । ବିଜେପିର ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି ।