![](https://indokalingtimes.com/wp-content/uploads/2020/06/ikt.jpeg)
ଭୁବନେଶ୍ୱର– ୟୁଟ୍ୟୁବ୍ ଚାନେଲ୍ /ସାମାଜିକ ଗଣମାଧ୍ୟମରେ ନିଯୁକ୍ତି ସଂପର୍କୀୟ ପ୍ରସାରଣ ସଂପୂର୍ଣ୍ଣ ଅସତ୍ୟ ଓ ବିଭ୍ରାନ୍ତିକର । ଏହି ୟୁଟ୍ୟୁବ୍ /ସାମାଜିକ ଗଣମାଧ୍ୟମରେ ପ୍ରସାରଣ ହେଉଥିବା ଗ୍ରାମ ସହାୟକ, ପଂଚାୟତ ସହାୟକ, ଗ୍ରାମ ଶିକ୍ଷକ ଓ କମ୍ପ୍ୟୁଟର ଅପରେଟର ପଦବୀ ସହିତ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର କୌଣସି ସଂପୃକ୍ତି ନାହିଁ ବୋଲି ବିଭାଗ ତରଫରୁ ଏକ ସ୍ପଷ୍ଟୀକରଣ ମାଧ୍ୟମରେ ସୂଚନା ଦିଆଯାଇଛି ।
ଏଣୁ ୟୁଟ୍ୟୁବ୍ ଚାନେଲ୍ /ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏଭଳି ବିଭ୍ରାନ୍ତିକର ପ୍ରସାରଣ ପାଇଁ ଜନସାଧାରଣଙ୍କୁ ସଚେତନ ରହିବା ସହିତ ବିଭ୍ରାନ୍ତ ନହେବା ପାଇଁ ଅନୁରୋଧ କରାଯାଇଛି ।