
ନୂଆଦିଲ୍ଲୀ– ଦେଶରେ ଗତ ୨୪ଘଂଟା ମଧ୍ୟରେ ୩୭୧୪୮ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହା ସହିତ କରୋନା ମାମଲା ସଂଖ୍ୟା ୧୧,୫୫,୧୯୧ କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟା ମଧ୍ୟରେ ୫୮୭ ଜଣଙ୍କର ମୃତ୍ୟୁ ଘଟିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ବର୍ତମାନ ୪୦୨୫୨୯ ସକ୍ରିୟ ରୋଗୀ ଅଛନ୍ତି । ଏଥି ସହିତ ବର୍ତମାନ ସୁଦ୍ଧା ୨୮୦୮୪ ମୃତ୍ୟୁବରଣ କରିଛନ୍ତିା ଦେଶରେ ମୋଟ ୭୨୪୫୭୮ ରୋଗୀ ସୁସ୍ଥ ହୋଇ ସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।