ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାସପଲ୍ଲୀ ଗ୍ରାମର କୃଷ୍ଣ ଚନ୍ଦ୍ର ଗୌଡଙ୍କ ଭଉଣୀ ରଶ୍ମିତା ଗୌଡ(୩୨) ଅଢେଇଗାଁର ସ୍ୱର୍ଗତ ନରସିଂହ ଗୌଡ ଙ୍କ ପୁଅ ଅନ୍ତର୍ଯ୍ୟାମୀ ଗୌଡ ଓରଫ ଡାକ ସହିତ ୧୫ ବର୍ଷ ତଳେ ବୈଦିକ ରିତିରେ ଯାନିଯୌତୁକ ସହ ବିବାହ କରିଥିଲେ ।ଡାକ କିଛି କାମ ନ କରି ପ୍ରତିଦିନ ମଦ ପିଇକି ଆସି ସ୍ତ୍ରୀ ରଶ୍ମିତା କୁ ମାରପିଟ କରୁଥିଲେ ।ଅତିରିକ୍ତ ୫ ଲକ୍ଷ ଟଙ୍କା ଆଣିବା ପାଇଁ ଡାକ ଓ ତାର ଭଉଣୀ ସଂଜୁ ଗୌଡ ଓ ଜ୍ୱାଇଁ ଚରଣ ଗୌଡ ରଶ୍ମିତା କୁ ଚାପ ପକାଇ ଆସୁଥିଲେ ।ଏହା ସହ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ ।ଗୁରୁବାର ରାତ୍ରରେ ଡାକ ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ରଶ୍ମିତାକୁ ମାଡ ମାରିବା ସହ ବିଭିନ୍ନ କଥାକୁ ନେଇ ଯୁକ୍ତିତର୍କ କରିଥିଲା ।ମଧ୍ୟରାତ୍ର ପ୍ରାୟ ଗୋଟାଏ ବେଳେ ଏକ କାତିରେ ରଶ୍ମିତା ର ମୁଣ୍ଡ ଓ ଛାତିକୁ ଡାକ ହାଣି ଦେଇଥିଲା ।ରଶ୍ମିତା ଓ ଡାକର ମାଁର ପାଟି ଶୁଣି ସାହି ପଡିଶା ଆସିଯିବାରୁ ଡାକ ବାରିପଟେ ଦୌଡ଼ି ପଳେଇ ଯାଇ ବାରିପଟେ ଥିବା କୁଅରେ ଡେଇଁ ପଡିବାର ବାହାନା କରି ନିକଟରେ ପଡିଥିବା ଏକ ପଥର ଉଠେଇ କୁଅ ଭିତର ପକେଇ ଦେଇଥିଲା ଏବଂ ସେଠାରୁ ଚତୁରତାର ସହ କେଉଁଆଡେ ଫେରାର ହୋଇଯାଇଥିଲା ।ସାହିବାସିନ୍ଦା ମୁର୍ମୁଷୁ ଅବସ୍ଥାରେ ରଶ୍ମିତା କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିବା ସହ ବେଲଗୁଣ୍ଠା ଦମକଳ ବାହିନୀକୁ ଖବର ଦେଇଥିଲେ ।ବେଲଗୁଣ୍ଠା ରୁ ଦମକଳ ବାହିନୀ ଆସି କୁଅରେ ଖୋଜାଖୋଜି କରିଥିଲେ ମଧ୍ୟ ହତ୍ୟାକାରୀ ଡାକର କୌଣସି ସନ୍ଧାନ ନ ପାଇ ଫେରିଯାଇଥିଲେ ।ରଶ୍ମିତା ର ଅବସ୍ଥା ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ନେବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ତାର ମୃତ୍ୟୁ ଘଟିଥିଲା ।ଏ ନେଇ ମୃତ ରଶ୍ମିତା ଙ୍କ ଭାଇ କୃଷ୍ଣ ରଶ୍ମିତାଙ୍କ ସ୍ୱାମୀ ଡାକ ଓ ତାର ଭଉଣୀ,ଭିଣୋଇ ନାମରେ ବେଲଗୁଣ୍ଠା ଫାଣ୍ଡିରେ ଏତାଲା ଦେଇଥିଲେ ।ବେଲଗୁଣ୍ଠା ପୋଲିସ ୩୮୧/୨୦ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ ।
ଶିବରାମ ଚୌଧୁରୀ