ଜଟଣୀ – ଜଟଣୀରେ କୀଟନାଶକ ଔଷଧ ଫର୍ଟେରାର ବିକ୍ରିକୁ ନେଇ ଗୁଜବ ସୃଷ୍ଟି ହେବା ପରେ ଅଂଚଳର ଚାଷୀମାନଙ୍କ ମଧ୍ୟରେ ଭାଳେଣୀ ପଡିଯାଇଛି । ଚାଷୀମାନେ ଏବେ କ୍ଷେତରେ ଏହି ଔଷଧ ପକାଇବାକୁ ଡରିଲେଣି । ଏ ଦୋକାନରୁ ସେ ଦୋକାନ ବୁଲି ବୁଲି ହତାସ ହୋଇ ପଡିଲେଣି । କିନ୍ତୁ ଏହି ଗୁଜବଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜାଣିବା ପରେ ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।
ସୂଚନାନୁସାରେ, କିଛି ଦିନ ହେବ କୀଟନାଷକ ଔଷଧ ଫର୍ଟେରାର ନକଲି ପ୍ୟାକେଟ ବଜାରକୁ ଆସିଥିବା ପ୍ରଚାର ହୋଇଥିଲା । ଇତିମଧ୍ୟରେ ବିହାର ରାଜ୍ୟର ଦୁଇ ଜଣ ଯୁବକ ନିଜକୁ ତଦନ୍ତଧିକାରୀ କର୍ମଚାରୀ କହି ଜଟଣୀର ବିଭିନ୍ନ ଫର୍ଟିଲାଇଜର ଦୋକାନ ଗୁଡିକ ଯାଂଚ୍ କରିଥିଲେ ସୁଦ୍ଧା ଏପରି କୋ÷ଣସି ନକଲି କିଟନାଷକ ଔଷଧ ମିଳି ପାରିନଥିଲା । ତେବେ ଏ ନେଇ ଜଟଣୀର ଏକ ମାତ୍ର ଫର୍ଟିଲାଇଜର ଡିଷ୍ଟ୍ରିବ୍ୟୁଟର ଗତିଶ୍ୱର ସିଡସ୍ ଆଂଡ୍ ପ୍ରେଷ୍ଟିସାଇଡ୍ ଦୋକାନରେ ମଧ୍ୟ ଚଢ଼ଉ ଆରମ୍ଭ ହୋଇଥିଲା ବେଳେ ଏହାର ମାଲିକ ତିରୁପତି ମହାନ୍ତି ଜଟଣୀ କୃଷିଧିକାରୀଙ୍କୁ ଅବଗତ କରିଥିଲେ । ଘଟଣାସ୍ଥଳରେ ଜଟଣୀର ଦୁଇ କୃଷିଧିକାରୀମାନେ ପହଂଚି ଦୋକାନରେ ଥିବା ଫର୍ଟେରା ପ୍ୟାକେଟକୁ ଯାଂଚ କରିବା ସହ ନମୁନା ଟେଷ୍ଟ ପାଇଁ ପଠାଇଥିଲେ । ଏହି ଘଟଣା ପ୍ରଚାରିତ ହେବାପରେ ଚାଷୀ ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଚାଷୀମାନେ ଏହାକୁ କିଣିବା ପାଇଁ ଭୟଭିତ ହେବା ସହିତ ଅସଲି ଜିନିଷ କିଣିବା ପାଇଁ କୃଷି ଅଧିକାରୀଙ୍କୁ ଭେଟିଥିଲେ ।
ଏ ନେଇ ଜଟଣୀ ସହକୃଷିଧିକାରୀ ରୁଚିସ୍ମୀତା କର ମହାପାତ୍ର ଏବଂ ବ୍ଲକ କୃଷିଧିକାରୀ ରାଧେଶ୍ୟାମ ଦାସ କୁହନ୍ତୀ, ଜଟଣୀ ଅଂଚଳରେ ନକଲି କିଟନାଷକ ଔଷଧ ଗୁଜବକୁ ନେଇ ତଦନ୍ତ ହେବା ସହିତ ନମୁନା ଯାଂଚ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡିବ । ଏହା ଏକ ଗୁଜବ, ଚାଷୀମାନେ ଭୟଭିତ ହେବାର କିଛି କାରଣ ନାହିଁ ।
ଏନେଇ ଅରାଗଡ ଅଂଚଳର ଚାଷୀ ଦିଜବର ମହାପାତ୍ର, ବେଲପଡାର ବିଭୁତାନଂଦ ବଡଜେନା, ଗୋଲାପଡାର ବିଶ୍ୱନାଥ ନାୟକ ପ୍ରମୁଖ ଚାଷୀ କୁହନ୍ତି- ଆମେ ଦିର୍ଘ ବର୍ଷ ଠାରୁ ଜଟଣୀ ଗତିଶ୍ୱର ଷ୍ଟୋରରୁ ଚାଷ ଜମି ପାଇଁ ସମସ୍ତ ଔଷଧ ନେଉଛୁ । ଗତ କିଛି ଦିନ ହେବ ଫର୍ଟେରା କିଟନାଷକ ଔଷଧରେ ନକଲି ଆସିଥିବା ପ୍ରଚାର ଶୁଣି ଭୟଭିତ ହୋଇଥିଲୁ । କିନ୍ତୁ, ବ୍ୟବହାର ପରେ ଏହା ଠିକ୍ ଥିବା ଜାଣିବାକୁ ପାଇଛୁ । ଏହା ଆମ ପକ୍ଷରେ ଏକ ଗୁଜବ ପ୍ରମାଣିତ ହୋଇଛି ।
Related Stories
November 10, 2024
November 10, 2024
November 10, 2024