ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୮ରେ ପହଁଚିଛି । ଏଥିମଧ୍ୟରେ ୫୪ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୪ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ରବିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୩୦ଜଣ କୋଭିଡ଼୍ ଯୋଦ୍ଧା, ରାଜ୍ୟ ବାହାର ଫେରନ୍ତା ୩ଜଣ ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୨୧୪ଜଣ । ୩୦ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକା ୧, ବେଗୁନିଆପଡା ୧, ବେଲଗୁଣ୍ଠା ୨, ବିଏମ୍ସି ୫, ବୁଗୁଡା ୧, ଛତ୍ରପୁର ୩, ଦିଗପହଣ୍ଡି ୧, ହିଞ୍ଜିଳିକାଟୁ ୨, ଖଲ୍ଲିକୋଟ ୧, ପାତ୍ରପୁର ୩, ସାନଖେମୁଣ୍ଡି ୯ ଓ ପୋଲସରା ବ୍ଲକ୍ରୁ ଜଣେ ବୋଲି ଜଣାପଡିଛି । ରାଜ୍ୟ ବାହାର ଫେରନ୍ତା ସଂକ୍ରମିତ ୩ଜଣଙ୍କ ମଧ୍ୟରେ ଛତ୍ରପୁର, ଗଞ୍ଜାମ ଓ ଦିଗପହଣ୍ଡି ବ୍ଲକ୍ରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ୨୧୪ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ୧, ବିଏମ୍ସି ୧୮, ଭଞ୍ଜନଗର ୧, ବେଗୁନିଆପଡା ୮, ବେଲଗୁଣ୍ଠା ୧୧, ବୁଗୁଡା ୧୫, ଛତ୍ରପୁର ୨୭, ଚିକିଟି ୭, ଧରାକୋଟ ୧, ଦିଗପହଣ୍ଡି ୨୭, ଗଞ୍ଜାମ ୧୪, ହିଞ୍ଜିଳିକାଟୁ ୧୦, ଖଲ୍ଲିକୋଟ ୪, କବିସୂର୍ଯ୍ୟନଗର ୧୧, କୁକୁଡାଖଣ୍ଡି ୨, ପାତ୍ରପୁର ୧୫, ପୁରୁଷୋତ୍ତମପୁର ୫, ସାନଖେମୁଣ୍ଡି ୨୮, ଶେରଗଡ ୪, ପୋଲସରା ୪ ଓ ଅନ୍ୟାନ୍ୟ ୧ଜଣ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୫୫୨୭ରେ ପହଞ୍ôଚଥିବା ବେଳେ ୫୮ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ରବିବାର ୧୯୯ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୩୭୫୩ରେ ପହଂଚିଛି । ଜିଲ୍ଲାରେ ଏବେ ୧୭୧୬ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Related Stories
November 1, 2024