କେନ୍ଦ୍ରାପଡ଼ା – ଭିନ୍ନକ୍ଷମ ସହାୟତା ପାଇଁ ଅନଲାଇନରେ ଆବେଦନ କରାଯିବ । ଶନିବାର ଠାରୁ ଏହି ପ୍ରକ୍ରିୟା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି । ଏଣିକି ଜିଲ୍ଲାର ଭିନ୍ନକ୍ଷମ ମାନେ ଅନଲାଇନରେ ସେମାନଙ୍କର ସହାୟତା ପାଇଁ ସରକାରଙ୍କୁ ଆବେଦନ କରି ପାରିବେ । ଏନେଇ କର୍ମଚାରୀ ମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁÂିତ ହୋଇ ଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁÂିତ ହୋଇଯାଇଛି । ଏହି ନୂତନ ବ୍ୟବସ୍ଥା ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇବା ପାଇଁ ଓ ଆବେଦନ ଗୁଡିକ କିପରି ଅନଲାଇନରେ କରାଯିବ ତାହାକୁ ନେଇ ପ୍ରଶିକ୍ଷଣ ଦିଆ ଯାଇଥିଲା । ଜିଲ୍ଲାର ୯ଟି ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ, ପୋଗ୍ରାମ ଅଫିସର, ପୈାରାଂଚଳର ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ନେଇ ପ୍ରଶିକ୍ଷଣ ଦିଆ ଯାଇଥିଲା । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମାଧ୍ୟମରେ ରାଜ୍ୟ ସରକାର ବାଣୀଶ୍ରୀ, ଶବଣ ଯନ୍ତ୍ରୀ , ତିନିଚକିଅ ସାଇକେଲ, ହୁଇଲ ଚେୟାର, ଅଶାବାଡି, ଲ୍ୟାପଟପ୍ ପ୍ରଭୃତି ଯେଉଁ ଯେଉଁ ସହାୟତା ଭିନ୍ନକ୍ଷମମାନଙ୍କୁ ଦେଉଛନ୍ତି ସେ ସବୁ ପାଇବା ପାଇଁ ଆବେଦନକାରୀ ମାନେ ଅନଲାଇନରେ ଆବେଦନ କରିବେ ।
Related Stories
November 27, 2024
November 27, 2024