
ଭଦ୍ରକ -ଭଦ୍ରକ ବ୍ଳକ ଅନ୍ତର୍ଗତ ସାହାଡ଼ା ଉପେନ୍ଦ୍ର ନାଥ ବିଦ୍ୟାପୀଠ ଠାରେ ବିଦ୍ୟାପୀଠର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀମାନେ ଏକ ଉତ୍ସବ ମାଧ୍ୟମରେ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଶପଥ ପାଠ କରିଛନ୍ତି । ଏହି ଶପଥ ପାଠ ଉତ୍ସବରେ ଓଷ୍ଟା ରାଜ୍ୟ ସଂଘର ସଂପାଦିକା ସୁରଜିତା ନାୟକ, ଭଦ୍ରକ ଜିଲ୍ଳା ସଂପାଦକ ପ୍ରଦୀପ୍ତ କୁମାର ଦାସ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ପ୍ରଣିତ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଶପଥ ପାଠ କରାଇଥିଲେ । ବିଦ୍ୟାପୀଠ ଠାରୁ ଆରମ୍ଭ କରି ପ୍ରତି ଗ୍ରାମର ଦ୍ୱାରେ ଦ୍ୱାରେ ବୁଲି ପ୍ଲାଷ୍ଟିକ ବ୍ୟବହାରର କୁଫଳ ତଥା ଏହାର ଭବିଷ୍ୟତ କୁପରିଣାମକୁ ଛାତ୍ରଛାତ୍ରୀମାନେ ବ୍ୟାନର ଓ ପ୍ଲାକାର୍ଡ ପ୍ରଦର୍ଶନ ମାଧ୍ୟମରେ ଏକ ସଚେତନତା ଶୋଭାଯାତ୍ରା କରିଥିଲେ । ସଭାପତି ହରିହର ଯେନାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁÂିତ ହୋଇଥିଲା । ପ୍ରଧାନ ଶିକ୍ଷକ ପ୍ରଭଞ୍ଜନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ସମସ୍ତେ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଶପଥ ପାଠ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନିରଞ୍ଜନ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅବନୀ କୁମାର ଦାସ, ରଂଜନ କୁମାର ଦାସ, ବୈକୁଣ୍ଠ ନାଥ ବେହେରା, ଳଳିତ କୁମାର ନାୟକ, କୃଷ୍ଣଚନ୍ଦ୍ର ଦାସ, ଦେବେନେ୍ଦ୍ର ନାଥ ଦାସ, ଅଭିମନୁ୍ୟ ଯେନା ଏବଂ ଭଗବାନ ବେହେରା ପ୍ରମୁଖ ଉକ୍ତ ସଚେତନତାକୁ ପରିଚାଳନା କରିଥିଲେ ।