ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଂଚଳର ଜନୈକା ନର୍ସିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ୍ ମାମଲାର ମୁଖ୍ୟ ଖଳନାୟକ ଲଳିତେନ୍ଦ୍ର ଶବରକୁ ପୋଲିସ ଗିରଫ କରିଛି । ଗିରଫ ପରେ ତାକୁ ସ୍ଥାନୀୟ ଜେଏମଏଫସି କୋର୍ଟକୁ ହାଜର ପାଇଁ ନିଆଯାଇଥିଲା । କିନ୍ତୁ, ଆଜି ମହାଳୟା ପାଇଁ କୋର୍ଟ ଛୁଟି ଥିବାରୁ ଅଭିଯୁକ୍ତକୁ ମାଜିଷ୍ଟେ୍ରଟଙ୍କ ଘରେ ହାଜର କରାଯାଇଥିଲା । ସିଆରସିସିର ଦଫା ୧୬୧ ରେ ପୀଡ଼ିତାଙ୍କ ସାନି ବୟାନ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ପୀଡ଼ିତାଙ୍କ ପ୍ରଥମ ବୟାନ ଆଧାରରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏବଂ ମାମଲାରେ ଜଡ଼ିତ ଥିବା ଅନ୍ୟ ଜଣେ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋଡର଼୍ରେ ହାଜର କରାଯାଇଥିଲା । କିନ୍ତୁ, ପରବର୍ତି ସମୟରେ ଗତକାଲି ଗଣମାଧ୍ୟମ ସାମ୍ନାରେ ପୀଡ଼ିତାଙ୍କ ଚାଂଚଲ୍ୟକର ବୟାନ୍ ସାମ୍ନାକୁ ଆସିଥିଲା । ପୋଲିସ ରାଜସାକ୍ଷୀ କରିଥିବା ଲଳିତେନ୍ଦ୍ର ହିଁ ଘଟଣାର ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା ଦର୍ଶାଇ ଥିଲେ ।
ଗତ ଶୁକ୍ରବାର ପୀଡ଼ିତା ଗଣମାଧ୍ୟମ ସାମ୍ନାରେ ନିଜର କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ଗତ ୧୪ ତାରିଖ ଦିନ ମୁଁ ଭବାନୀପାଟଣାର ଏକ କ୍ଲିନିକ୍ କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିଲି । ସେଠାରୁ ଫେରୁଥିବା ବେଳେ ବସଷ୍ଟାଣ୍ଡରେ ମୋର ସୁଭଦ୍ରା ବସ୍ ର ଡ୍ରାଇଭର ଲଳିତେନ୍ଦ୍ର ଶବର ସହିତ ଭେଟ ହୋଇଥିଲା । ସେଠାରୁ ସେ ମୋତେ ବାଇକ୍ ରେ ଲିଫ୍ଟ ଦେଇଥିଲା । ତା’ ସହିତ ସହିତ ଆସିବା ବେଳେ ବନମାଳିପୁର ନିକଟରେ ସେ ବାଇକ୍ ରଖି ଦେଇଥିଲା । ସେଠାରୁ ୬ ଜଣ ଯୁବକ ଆସି ମୋତେ ଜୋରଜବରଦସ୍ତ ନିକଟସ୍ଥ ଜଙ୍ଗଲକୁ ଉଠାଇ ନେଇଥିଲେ । ଅଭିଯୁକ୍ତ ମାନେ ଛୁରୀ ଦେଖାଇ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ । ଲଳିତେନ୍ଦ୍ର ପ୍ରଥମେ ଦୁଷ୍କର୍ମ କରିଥିଲା । ତା’ ପରେ ଅନ୍ୟ ମାନେ ମୋ ସହିତ ଦୁଷ୍କର୍ମ କରିଥିଲେ । ମାମଲାରେ ଜଡ଼ିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ପାଇଁ ସେ ଦାବି କରିଥିଲେ । ଏଥିସହ ଲଳିତେନ୍ଦ୍ର ଶବର ହିଁ ଘଟଣାର ମୁଖ୍ୟ ଖଳନାୟକ । ଯଦି ପୋଲିସ ତାକୁ ଛାଡିଦେବାକୁ ଉଦ୍ୟମ କରେ କିମ୍ବା ପ୍ରଶାସନ ପକ୍ଷରୁ ତା’ ବିରୋଧରେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରାନଯାଏ ତେବେ, ମୁଁ ଆତ୍ମହତ୍ୟା କରିବି ବୋଲି ପୀଡ଼ିତା ଅତ୍ୟନ୍ତ କ୍ଷୋଭର ସହ କହିଥିଲେ । ମୁଁ ଜଣେ ଗରିବ ଘରର ଝିଅ । ମୋତେ ନ୍ୟାୟ ମିଳୁ ବୋଲି ସେ ଦାବି କରିଥିଲେ ।
Related Stories
November 24, 2024
November 24, 2024