Related Stories
November 1, 2024
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂ ଜିଲ୍ଲାର ଆଜି ବିଭିନ୍ନ କୋଭିଡ କେୟାର ହୋମ ଓ ସେଣ୍ଟର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହ କରୋନା ମୁକାବିଲା ପ୍ରସ୍ଥୁତିର ସମୀକ୍ଷା କରିଛନ୍ତି ।ଚି଼ଲ୍ଲିକା ନୂଆପଡା, କୃଷ୍ଣ ପ୍ରସାଦ, କୋଭିଡ କେୟାର ସେଣ୍ଟର ମୋଟ ରେବଣା ନୂଆଗାଁ, ବ୍ରହ୍ମଗିରି ବ୍ଲକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି କୋଭିଡ ମୁକାବିଲା ଭିତ୍ତିଭୂମି ଯାଞ୍ଚ, ଉପଲବ୍ଧ ସୁବିଧା ସଂପର୍କରେ ସମୀକ୍ଷା କରିଛନ୍ତି । ଏତଦ୍ ବ୍ୟତୀତ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରୀୟ କୋଭିଡ କେୟାର ପରିଚାଳନା କମିଟି ଏବଂ କୋଭିଡ ଯତ୍ନ କେନ୍ଦ୍ର ପରିଚାଳନା ସଂପର୍କରେ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ସହ କରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ସ୍ଥାନୀୟ ତହସିଲଦାର, ବିଡିଓ, ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ସାମିଲ ଥିଲେ ।