ବ୍ରହ୍ମପୁର: ଶୁକ୍ରବାର ରାତି ୯ଟାରୁ ଗଞ୍ଜାମରେ ଆରମ୍ଭ ହେବ ୧୪ଦିନିଆ ସଟ୍ ଡାଉନ୍ । ହଟ୍ସ୍ପଟ୍ ଗଞ୍ଜାମରେ ଦିନକୁ ଦିନ କରୋନା ରୋଗୀ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଚେକ୍ ଦେବାପାଇଁ ରାଜ୍ୟ ସରକାର ପୁଣି ଲକ୍ ଡାଉନ୍ କରିଛନ୍ତି । ଗତ ୬ତାରିଖ ଠାରୁ ପ୍ରତ୍ୟହ ୨୦୦ରୁ ଊର୍ଦ୍ଧ୍ୱ ନୂଆ କରୋନା ପଜେଟିଭ ଜିଲ୍ଲାରେ ଚିହ୍ନଟ ହେଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ଗ୍ରାମାଞ୍ଚଳଗୁଡିକରେ ପଜିଟିଭ ସଂଖ୍ୟା କମୁଥିବା ବେଳେ ସହରାଞ୍ଚଳରେ ବୃଦ୍ଧି ପାଉଛି । ପ୍ରଶାସନ ପକ୍ଷରୁ ୨୪ଘଣ୍ଟିଆ ସେବା ଜାରି ରହିଛି । କୌଣସି ସନ୍ଦିଗ୍ଧ କିମ୍ବା ସଂକ୍ରମିତ ବ୍ୟକ୍ତିବିଶେଷ କୌଣସି ପ୍ରକାର ସହାୟତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ ଲାଇନ୍ ମଧ୍ୟ ଜାରି କରାଯାଇଛି । ଶୁକ୍ରବାର ଜିଲ୍ଲାରେ କରୋନାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଶୁକ୍ରବାର ୨୨୦ଜଣ ସୁସ୍ଥ ହୋଇଛନ୍ତି । ଜୁଲାଇ ମାସର ଏହି ୧୭ଦିନ ମଧ୍ୟରେ ୩୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୭୨୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୩ରେ ପହଁଚିଛି । ଏଥିମଧ୍ୟରେ ୫୦ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୩ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ଶୁକ୍ରବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୩୦ଜଣ କୋଭିଡ଼୍ ଯୋଦ୍ଧା, ରାଜ୍ୟ ବାହାର ଫେରନ୍ତା ୮ଜଣ ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୧୯୩ଜଣ । ୩୦ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ବେଗୁନିଆପଡା ୧, ବେଲଗୁଣ୍ଠା ୩, ବିଏମ୍ସି ୭, ଚିକିଟି ୨, ହିଞ୍ଜିଳିକାଟୁ ୨, କବିସୂର୍ଯ୍ୟନଗର ୪, ଖଲ୍ଲିକୋଟ ୩, ପାତ୍ରପୁର ୧, ରଙ୍ଗେଇଲୁଣ୍ଡା ୧, ସାନଖେମୁଣ୍ଡି ୪ ଓ ଶେରଗଡର ୨ଜଣ ବୋଲି ଜଣାପଡିଛି । ରାଜ୍ୟ ବାହାର ଫେରନ୍ତା ସଂକ୍ରମିତଙ୍କ ମଧ୍ୟରେ ସୁରଥ, ଚେନ୍ନାଇ, ପୁନେ ଓ ବେଙ୍ଗଲୋରରୁ ଆସିଥିବା ୮ଜଣଙ୍କ ମଧ୍ୟରେ ବେଗୁନିଆପଡା ୧, ବେଲଗୁଣ୍ଠା ୨, ଛତ୍ରପୁର ୧, ଚିକିଟି ୩ ଓ କବିସୂର୍ଯ୍ୟନଗରର ଜଣେ ରହିଛନ୍ତି । ସେହିପରି ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ୨, ବେଗୁନିଆପଡା ୩୧, ବେଲଗୁଣ୍ଠା ୧୩, ବ୍ରହ୍ମପୁର ମହାନଗର ଅଂଚଳର ୧୫ ଜଣ, ଭଞ୍ଜନଗର ୨, ଛତ୍ରପୁର ୩, ଗଞ୍ଜାମ ୩, ଚିକିଟି ୪, ହିଞ୍ଜିଳିକାଟୁ ୬, ଜଗନ୍ନାଥପ୍ରସାଦ ୧, କବିସୂର୍ଯ୍ୟନଗର ୪, ଖଲ୍ଲିକୋଟ ୫, କୁକୁଡାଖଣ୍ଡି ୨୪, ପାତ୍ରପୁର ୩୪, ପୁରୁଷୋତ୍ତମପୁର ୧, ରଙ୍ଗେଇଲୁଣ୍ଡା ୧୯, ସାନଖେମୁଣ୍ଡି ୨୦, ଶେରଗଡର ୬ଜଣ ଲେଖାଏଁ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୫୦୯୮ରେ ପହଂଚିଛି । ଅନ୍ୟପକ୍ଷରେ ଜିଲ୍ଲାରେ ଶୁକ୍ରବାର ୨୨୦ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୩୨୭୫ରେ ପହଂଚିଛି । ଜିଲ୍ଲାରେ ଏବେ ୧୭୭୦ସଂକ୍ରମିତ ରହିଛନ୍ତି ।
Related Stories
November 23, 2024