ବ୍ରହ୍ମପୁର: କୋଭିଡ ନିୟମ ଉଲ୍ଲଂଘନ ଏବଂ ଦାୟିତ୍ୱରେ ଅବହେଳା ଯୋଗୁଁ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ନିଲମ୍ବିତ ପିଇଓ ଜଣକ ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଜେ. ଡେଙ୍ଗାପଦର ପଞ୍ଚାୟତ ନିର୍ବାହୀ ଅଧିକାରୀ କୁଳମଣି ସାହୁ । ନିଲମ୍ବନ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁକ୍ରବାର ଦିନ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଶ୍ରୀ ସାହୁ ଜେ. ଡେଙ୍ଗାପଦର ପିଇଓ ଭାବେ କାର୍ଯ୍ୟ କରୁଥିବା ବେଳେ କୋଭିଡ-୧୯ ନିୟମର ଉଲ୍ଲଂଘନ କରିଥିଲେ । ଏଥିସହିତ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅବଜ୍ଞା କରିବା ଏବଂ ସରକାରୀ କାର୍ଯ୍ୟରେ ଅବହେଳା କରିଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗକୁ ଭିତ୍ତିକରି ଶୁକ୍ରବାର ଦିନ ପିଇଓ ସାହୁଙ୍କୁ ନିଲମ୍ବିତ କରି ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ କୁହାଯାଇଛି । ବିିଭାଗୀୟ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ପିଇଓ ସାହୁଙ୍କୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ସଂଲଗ୍ନ କରାଯାଇଛି । ଏହା ତାଙ୍କର ମୁଖ୍ୟାଳୟ ବୋଲି ଧାର୍ଯ୍ୟ କରାଯାଇଛି ।
Related Stories
November 1, 2024