

Related Stories
July 3, 2025
ଭଞ୍ଜନଗର, ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ରମୁଣି ସାହି ରାସ୍ତା କଡରେ ଗୁରୁବାର ସନ୍ଧ୍ୟାରେ ଜଣେ ଲୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ି ରହିଥିଲା।ସ୍ଥାନୀୟ ଲୋକମାନେ ଏହାଦେଖି ପୋଲିସ କୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ପଚରା ଉଚରା କରିବା ପରେ ଉକ୍ତ ବ୍ୟକ୍ତି କୁ ଚିହ୍ନଟ କରିଥିଲେ।ସେ କୁଲାଡ଼ ନଦୀ ଆରପଟ ବେଣିଆ ସାହି ର ରାମ ନାୟକ(୪୨) ବୋଲି ଜଣାପଡିଥିଲା।ରାମ ଦୀର୍ଘ ଦିନ ହେଲା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଏଣେ ତେଣେ ଯିବା ଆସିବା କରି ପାରୁଥିଲା।କୌଣସି କାରଣରେ କାଲି ଯାଉଥିବା ବେଳେ ସେଠାରେ ପଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।ମୃତଦେହ କୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।ଏସଂକ୍ରାନ୍ତରେ ଭଞ୍ଜନଗର ଥାନାରେ ପୋଲିସ ୪୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି।