Related Stories
November 22, 2024
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ହଜାରରୁ ଊର୍ଦ୍ଧ୍ୱ ହେଲାଣି । ଜିଲ୍ଲାର ପ୍ରାୟ ସମସ୍ତ ମେଡିକାଲ୍ ସହ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ରୋଗୀଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଇଛି । ଏପରିସ୍ଥିତିରେ ଅନ୍ୟ ରୋଗ ଥିବା ରୋଗୀଙ୍କୁ ଉଚିତ ଚିକିତ୍ସା ମିଳୁନି । ଯାହାଫଳରେ କି ଲୋକେ ଜିଲ୍ଲା ବାହାରକୁ ଯିବାପାଇଁ ବାଧ୍ୟ ହେଉଛନ୍ତି । ଗଞ୍ଜାମ ଜିଲ୍ଲାବାସୀଙ୍କୁ ଏବେ ବାହାର ଜିଲ୍ଲାକୁ ଯିବା ଆସିବା ପାଇଁ ବାରଣ କରାଯାଉଛି । ଏପରିକି ଭୁବନେଶ୍ୱର ଯିବାପାଇଁ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ରୋକ ଲଗାଇଛି । ଗତ କିଛିଦିନତଳେ ବ୍ରହ୍ମପୁରର ଜଣେ ରୋଗୀ ଭୁବନେଶ୍ୱର ଯାଇ ନିଜର ମସ୍ତିଷ୍କ ଚିକିତ୍ସା କରିବା ପାଇଁ ବିଭିନ୍ନ ଘରୋଇ ହସ୍ପିଟାଲକୁ ବୁଲିଥିଲେ ମଧ୍ୟ ଗଞ୍ଜାମ ଲୋକ ବୋଲି କିଏ ବି ଚିକିତ୍ସା କରିଲେଣି । ଫଳରେ ରୋଗୀଟି ଆମ୍ବୁଲାନ୍ସ ମଧ୍ୟରେ ହିଁ ଜୀବନ ହାରିଥିଲା । ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଗଞ୍ଜାମବାସୀଙ୍କୁ ରାଜଧାନୀ ମନା କାହିଁକି । ଯଦି ସାଧାରଣ ଲୋକ ଚିକିତ୍ସା ପାଇପାରିବେ ନାହିଁ ତେବେ ଏତେ ହସ୍ପିଟାଲ କାହା ପାଇଁ । ଯେଉଁମାନେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଗଞ୍ଜାମରୁ ରାଜଧାନୀ ଯିବେ ସେମାନଙ୍କ କରୋନା ଟେଷ୍ଟ କରାଯାଇ ଚିକିତ୍ସା ପାଇଁ ଅନୁମତି ଦିଆଯାଉ । ଯେଉଁ ବ୍ୟଜ୍ୟେଷ୍ଠ ନାଗରିକଜଣକ ଚିକିତ୍ସା ସେବାରୁ ବଞ୍ôଚତ ହୋଇ ମୃତ୍ୟୁବରଣକଲେ ତାହା ଅତ୍ୟନ୍ତ ଦୁଃଖଦାୟକ । ସେହି ମୃତକ ବ୍ୟଜ୍ୟେଷ୍ଠ ନାଗରିକଙ୍କ କ’ଣ କରୋନା ପଜେଟିଭ ଥିଲା କି । ଯଦି ନଥିଲା ତାଙ୍କୁ ଚିକିତ୍ସା କରାନଗଲା କାହିଁକି ବୋଲି ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ୱରୁପା ତ୍ରିପାଠୀ ପ୍ରଶ୍ନ କରିଛନ୍ତି । ତେଣୁ ସରକାରଙ୍କୁ ସେ ନିବେଦନ କରିଛନ୍ତି ଯେ, ଏଭଳି ସ୍ଥିତିରେ ଗଞ୍ଜାମର ଯେଉଁ ରୋଗୀ ଭୁବନେଶ୍ୱର ଯାଉଛନ୍ତି ତାଙ୍କୁ ଚିକିତ୍ସା କରାଇବାରେ ସହଯୋଗ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ।