କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,କୋଭିଡ଼ – ୧୯ ପରିସ୍ଥିତି କୁ ନଜରରେ ରଖି ସେବାୟତମାନଙ୍କ ପାଇଁ ପୁଣି ଥରେ ହୋମିଓପାଥି ଔଷଧ
ବଣ୍ଟନ କରାଯିବାକୁ ଯୋଜନା ହୋଇଅଛି । ଆସନ୍ତା ଜୁଲାଇ ୧୭ ଏବଂ ୧୮ ତାରିଖ ଦୁଇଦିନ ଧରି ପର୍ଯ୍ୟାୟକ୍ରମେ ବିଭିନ୍ନ ସେବାୟତ ନିଯୋଗ ଏବଂ ଶ୍ରୀମନ୍ଦିର କର୍ମଚାରୀ ମଧ୍ୟରେ ହୋମିଓପାଥି ଔଷଧ ବଣ୍ଟନ ପାଇଁ ନୀଳାଦ୍ରି ଭକ୍ତନିବାସ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ । ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ଭାରାପ୍ରାପ୍ତ ଅଧିକାରୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।ତା.୧୭.୭.୨୦୨୦ରିଖ ଦିନ ସୁଆର ଓ ମହାସୁଆର, ପୁଷ୍ପାଳକ, ବିମାନବଡୁ, ଦଇତାପତି, ବଡୁ ସୁଆର,
ଖୁଣ୍ଟିଆ, ପାଟରା ବିଷୋଇ, ଘଣ୍ଡୁଆ ଏବଂ ପାର୍ଶ୍ଵ ଦେବାଦେବୀ ମନ୍ଦିରୀ ସେବାୟତମାନଙ୍କ ପାଇଁ ଔଷଧ ବଣ୍ଟନ ହେବ ।ସେହିପରି ତା.୧୮.୭.୨୦୨୦ ରିଖ ଦିନ ପ୍ରତିହାରୀ, ପୂଜାପଣ୍ଡା, ଗରାବଡ଼ୁ, ହଡ଼ପନାୟକ, ରୂପକାର,ଚିତ୍ରକାର, ଭୋଇ, ମହାରଣା, କୋଠଭୋଗ ସେବକ ଏବଂ ଅନ୍ୟାନ୍ୟ ନିଯୋଗ ତଥା ଶ୍ରୀମନ୍ଦିର କର୍ମଚାରୀମାନଙ୍କୁ ଔଷଧ ବଣ୍ଟନ ପାଇଁ ସ୍ଥିର ହୋଇଛି ।
ସମୟ ଧାର୍ଯ୍ୟ ଦିବା ୧୧ ରୁ ୧.୦୦ଟା ଏବଂ ଦିବା ୨.୦୦ ରୁ ଅପରାହ୍ନ ୫.୦୦ ଘଟିକା ଯାଏଁ ଶିବିର ଖୋଲାରହିବ ।
ରଥଯାତ୍ରା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟ ହୋମିଓପାଥି ଔଷଧ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା ।
ପ୍ରତ୍ୟେକ ପରିବାରର ଜଣେ ବ୍ୟକ୍ତି ଆସି ଔଷଧ ସଂଗ୍ରହ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।
ଏହି ସୂଚନା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଲୋକ ସଂପର୍କ ଅଧକାରୀ ପ୍ରଦାନ କରିଛନ୍ତି |
Related Stories
November 22, 2024