
ଭୁବନେଶ୍ୱର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୬୮୯କରୋନା ପରୀକ୍ଷଣ ହୋଇଛି । ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୪୭୨୨୬ କରୋନା ପରୀକ୍ଷଣ କରା ଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
୨୦୨ ଜଣଙ୍କ ଠାରୁ ଜୋରିମାନା ଆଦାୟ
ଭୁବନେଶ୍ୱର – କଟକ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୨୦୨ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା
ବ୍ରହ୍ମପୁର ପୋଲିସ ୧୦୯ ଜଣଙ୍କ ଠାରୁ ଆଦାୟ କଲା ଜୋରିମାନା
ଭୁବନେଶ୍ୱର – ମାସ୍କ ନ ପିନ୍ଧିଥିବା କାରଣରୁ ବ୍ରହ୍ମପୁର ପୋଲିସ ଗତ ୨୪ ଘଂଟା ମଧ୍ୟରେ ୧୦୯୦ ଜଣଙ୍କ ଠାର ଜୋରିମାନା ଆଦାୟ କରିଛି । ବ୍ରହ୍ମପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।