Related Stories
November 1, 2024
ଧର୍ମଶାଳା – ସ୍ୱାସ୍ଥ୍ୟ ହିଁ ଅମୂଳ୍ୟ ସମ୍ପଦ । ସୁସ୍ଥ ପାଣି ହିଁ ମଣିଷ ଜୀବନର ଏକ ଅଂଶ । ସୁସ୍ଥ ପାନୀୟ ଜଳ ପାଇଁ ସରକାର ବିଭିନ୍ନ ଯୋଜନା କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟ ବରାଦ କରୁଛନ୍ତି । କିନ୍ତୁ ବାସ୍ତବରେ ତାହା । କାମରେ ଆସୁ ନ ଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଉତରପ୍ରତାପ ପଂଚାୟତ ନୀଳକଣ୍ଠପୁରଠାରେ । ବ୍ରହ୍ମବରଦା-ଜାରକା ମୁଖ୍ୟ ରାସ୍ତାରେ ଯାତାୟତ କରୁଥିବା ବାଟୋଇ,ସ୍ଥାନୀୟ ଜନସାଧାରଣ ଓ ନୀଳକଣ୍ଠପୁର ଛକର ବ୍ୟବସାୟୀମାନେ ପାନୀୟ ଜଳପାଇଁ ଏହି ନଳକୂପ ଉପରେ ନିର୍ଭର କରିଥାନ୍ତି । ହେଲେ ଏହି ନଳକୂପଟି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପରିପୂର୍ଣ୍ଣ ହୋଇଯାଇଛି । ଏହାର ଚତୃପାଶ୍ୱର୍ରେ ବିଭିନ୍ନ ଅନାବନା ଗଛ ମାଡିଗଲାଣି । ନଳକୂପର ପିଣ୍ଡି ଭାଙ୍ଗି ରୁଜି ଗଲାଣି । ହେଲେ ଏଭଳି ଗୁରୁତ୍ୱ ବହନ କରୁଥିବା ନଳକୂପ ଉପରେ କାହାର ନଜର ପଡୁ ନଥିବା ଦେଖିବାକୁ ମିଳିଛି । ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରୀଷ୍ମ ଦିନେ ଗ୍ରାମାଚଂଳର ନଳକୂପଗୁଡିକୁ ମରାମତି କରାଯାଇଥାଏ । ହେଲେ ଏହି ଅଂଚଳ ପ୍ରତି ସେମାନଙ୍କ ନଜର ନ ପଡିବା ନେଇ ସାଧାରଣରେ ପ୍ରାଶ୍ନବାଚୀ ସୃଷ୍ଟି ହୋଇଛି । ଏବଂ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କର ମଧ୍ୟ ନଜର ପଡୁ ନାହିଁ । ସମ୍ପ୍ରତି କରୋନା ସମୟରେ ବିଭାଗୀ ଅଧିକାରୀମାନଙ୍କ ପକ୍ଷରୁ ବ୍ଲିଚଙ୍ଗ ପାଉଡର ପକାଯାଉ ନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଏବେ ଏହି ନଳକୂପଟିର ମରାମତିର ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।