
ଧର୍ମଶାଳା – ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ଛତିଶଦେବିଲ ପଂଚାୟତ ହାସିନପୁରଠାରେ ଖରସ୍ରୋତା ର ଶାଖା ନଦୀ ତନ୍ତୀଘାଇ ନଦୀର ଲେବୁଲ ମୁଣ୍ଡରେ ହାସିପନୁରଠାରେ ନଦୀ ପାଶ୍ୱରେ ଗାଡୱାଲ ନିର୍ମାଣ ପାଇଁ ଅଂଚଳବାସୀ ଦାବି କରିଛନ୍ତି । ସୂଚନା ଅନୁଯାୟୀ ତନ୍ତୀଘାଇ ନଦୀ ପ୍ରତ୍ୟେକ ବର୍ଷ ଏହି ସ୍ଥାନରେ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି । ଅନେକ ସମୟରେ ଲୋକେ ମଧ୍ୟ ପ୍ରାଣ ହରାଇଛନ୍ତି । ଗତ କିଛଇ ମାସ ପୂର୍ବେଏହି ସ୍ଥାନରେ ଜଣେ ଯୁବତୀ ଖସି ପଡି ମୃତ୍ୟୁ ବରଣ କରିଥିବା ବେଳେ ଶନିବାର ଦିନ ଅପରାହ୍ନରେ ସ୍ଥାନୀୟ ଅଂଚଳର ଜଣେ ଯୁବକ ନଦୀ ତଳକୁ ଖସି ପଡିଥିଲେ । ବିଶେଷଭାବରେ ବର୍ଷା ଦିନରେ ନଦୀ ବଢିର ଦୃଶ୍ୟ ଦେଖବବାକୁ ଲେବଲ ମୁଣ୍ଡର ବରୁଆଁଠାରୁ ସାହାସପୁର ପର୍ଯ୍ୟନ୍ତ ଶହଶହ ଲୋକଯାତାୟତ ସମୟରେ ସାମାନ୍ୟ ତୃଟିବିଚ୍ୟୁତି ହେଲେ ନଦୀରେ ଗୋଡ ଖସି ଲୋକଙ୍କ ଜୀବନ ଚାଳିଯିବା ଆଶଙ୍କା ରହିଛି । ନଦୀ କୂଳରେ ବସବାସ କରୁଥିବା ଲୋକମାନେ ଭୟଭିତ ହୋଇପଡୁଛନ୍ତି । ଏଠାରେ ହବ କରି ଗାଡୱାଲ ନିର୍ମାଣ ଜରୁରୀ ହୋଇପଡିଛି । ଯାହା ଫଳରେ ସ୍ଥାନୀୟ ଲୋକେ ସୁରକ୍ଷିତଭାବେ ଯାତାୟତ କରିପାରିବେ । ଏହି ଅସୁରକ୍ଷିତ ସ୍ଥାନ ପ୍ରତି ଜିଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ନଦୀ କୂଳିଆ ଲୋକେ ଦାବି କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO