-
ଗଞ୍ଜାମରେ କାର୍ଯ୍ୟରତ ସାମ୍ବାଦିକ ଓ ବିଭିନ୍ନ ମହଲରେ ଶୋକରଛାୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନର ବରିଷ୍ଠ ସଦସ୍ୟ ତଥା ଓୟୁଜେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ହିଞ୍ଜିଳି ପ୍ରେସ୍ କ୍ଲବ୍ର ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ(ମୁନୁ)(୪୭) କରୋନା ରୋଗରେ ସଂକ୍ରମିତ ହୋଇ ଶନିବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଓଡ଼ିଶାର ପ୍ରଥମ କାର୍ଯ୍ୟରତ ସାମ୍ବାଦିକ ଭାବେ ମୁନୁ କରୋନା ଯୋଦ୍ଧା ଭାବେ ମୃତ୍ୟୁବରଣ କରିଛନ୍ତି । ସୂଚନାଥାଉକି, ଗତ ୩ତାରିଖ ଠାରୁ ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୩ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କରୋନା ଯୁଦ୍ଧରେ ସଂଗ୍ରାମକରି ମୁନୁ ଶନିବାର ଦିନ ମୃତ୍ୟୁବରଣ କରିଛନ୍ତି । ତାଙ୍କ ମୃତ୍ୟୁଖବର ପ୍ରଚାରିତ ହେବାପରେ ହିଞ୍ଜିଳି ସହ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କ ମହଲରେ ଶୋକରଛାୟା ଖେଳିଯାଇଛି । ଏପରିକି ସେ ହିଞ୍ଜିଳି ମାଟିର ଏକ ଲଢ଼ୁଆ ପୁଅ ଥିଲେ । କେବଳ ସେ ସାମ୍ବାଦିକ ନଥିଲେ ଜଣେ ପରୋପକାରୀ, ବନ୍ଧୁବଚ୍ଛଳ ଓ ସମସ୍ତଙ୍କ ସ୍ନେହ ଓ ଆଦରର ଥିଲେ । ଦୀର୍ଘବର୍ଷଧରି ବିଭିନ୍ନ ଛାପା ଗଣମାଧ୍ୟମରେ ସାମ୍ବାଦିକତାକରି ସେ ସୁନାମ ଅର୍ଜନ କରିଥିଲେ । ବର୍ତ୍ତମାନ ଦୈନିକ ସମାଜ ଖବର କାଗଜର ହିଞ୍ଜିଳି ପ୍ରତିନିଧିଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀକଳ, ସଙ୍ଗଠନ ଓ ବ୍ୟକ୍ତିବିଶେଷମାନେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ସୂଚନାଥାଉକି ସେ ଅବିବାହିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO